ଦାଦାଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଆଗରେ ଅଛନ୍ତି ଆଝାର୍‌ ଓ ଧୋନି

Published By : Prameya-News7 Bureau | February 06, 2020 IST

ମୁମ୍ବାଇ ୦୬।୦୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ବର୍ତ୍ତମାନର ଭାରତୀୟ ଦଳର ଅଧିନାୟକ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଅଧିନାୟକ ସବୁଠୁ ଅଧିକ ରନ୍‌ କରିଥିବା ରେକର୍ଡ ତାଲିକାରେ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି ବିରାଟ ।

ବୁଧବାର ସ୍ଥାନୀୟ ସେଡନ୍‌ ପାର୍କରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଅବସରରେ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ୫୧ ରନ୍‌ର ଅର୍ଧଶତକୀୟ ପାଳି ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ଚି । ୩୧ ବର୍ଷ ବୟସ୍କ କୋହଲି ଅଧିନାୟକ ଭାବେ ୮୭ଟି ମ୍ୟାଚ୍‌ ଖେଲି ୭୬.୪୬ ପ୍ରତିଶତରେ  ୫୧୨୩ ରନ୍‌ କରିଛନ୍ତି ।  ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୪୮ ମ୍ୟାଚ୍‌ରୁ ୫୦୮୨ ରନ୍‌ କରିଥିଲେ। କୋହଲି ହାମିଲଟନ୍‌ ଦିନିକିଆରେ ୬୩ବଲ୍‌ରେ ୫୧ରନ୍‌ ସଂଗ୍ରହ କରିଥିଲେ ।

ଭାରତୀୟ ଅଧିନାୟକ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଶତକ ଓ ୨୩ ଅର୍ଦ୍ଧଶତକ ମାରି ସାରିଛନ୍ତି । ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ପ୍ରଥମ ସ୍ଥାନରେ ରହିଛି । ଧୋନି ଅଧିନାୟକ ଭାବେ ୬୬୪୧ରନ୍‌ କରିଥିବା ବେଲେ ମହମ୍ମଦ ଆଝାରୁଦ୍ଧୀନ ୫୨୩୯ ରନ ସହ ୨ୟ ସ୍ଥାନରେ ଅଛନ୍ତି ।

ଅଧିନାୟକ ଭାବେ ସର୍ବାଧିକ ରନ୍‌ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ରହିଛି । ରିକି ପଣ୍ଟିଂ ୨୩୦ ଦିନିକିଆର ଅଧିନାୟକ ଦାୟିତ୍ବ ନେବା ସମୟରେ ୮୪୯୭ ରନ୍‌ ସଂଗ୍ରହ କରିଛନ୍ତି । ପଣ୍ଟିଙ୍କ ପଛକୁ ଧୋନି ୬୬୪୧ରନ ସହ ୨ୟ ସ୍ଥାନ, ଷ୍ଟିଫେନ୍ ଫ୍ଲେମିଂ ୬୨୯୫ରନ୍‌ ସହ ୩ୟ ସ୍ଥାନ , ଏବଂ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା ୫୬୦୮ ରନ୍‌ ୪ର୍ଥ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.