Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୋଭିଡ୍ ଲଢେଇରେ ସାହାଯ୍ୟର ହାତ ବଢାଇଲେ ଷ୍ଟାର୍ ଦମ୍ପତି: ଆରମ୍ଭ କଲେ ଅଭିଯାନ, କୋଭିଡ୍ ରିଲିଫ୍ ଫଣ୍ଡକୁ ଦାନ କଲେ ୨ କୋଟି

7/05/2021 at 2:19 PM

ମୁମ୍ବାଇ ୦୭/୦୫ : ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ବିରୋଧରେ ଲଢ଼ିବାକୁ ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ବିରାଟ ଓ ଅନୁଷ୍କା କୋଭିଡ ଲଢେଇରେ କୋଟିଏ ଟଙ୍କା ଦାନ କରିଛନ୍ତି । ଏହି ଦମ୍ପତିଙ୍କ ଉଦ୍ଦେଶ୍ୟ କରୋନା ବିରୋଧୀ ଲଢେଇ ପାଇଁ ୭ କୋଟି ଟଙ୍କା ଯୋଗାଡ କରିବା । ଦମ୍ପତି ସାଧାରଣ ଜନତାଙ୍କ ଠାରୁ ଧନ ସଂଗ୍ରହ କରୁଥିବା ସଂସ୍ଥା କେଟୋ ଜରିଆରେ ଏହି ଧନ ରାଶି ଏକାଠି କରୁଛନ୍ତି । ତାଙ୍କର କରିଛନ୍ତି ।  ଏହି ଅଭିଯାନକୁ ସମର୍ଥନ କରିବାକୁ ବିରାଟ ଅନୁଷ୍କା ନିଜ ପ୍ରଶଂସକଙ୍କୁ ଅପିଲ କରିଛନ୍ତି । ଏ ସମ୍ବନ୍ଧରେ କୋହଲି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି।

କୋହଲି ଓ ଅନୁଷ୍କାଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, “ବିରାଟ କୋହଲି ଓ ଅନୁଷ୍କା ଶର୍ମା ଭାରତରେ କୋଭିଡ ରିଲିଫ ଫଣ୍ଡ ପାଇଁ ୭ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି । ସେ କ୍ରାଉଡ୍ ଫଣ୍ଡିଙ୍ଗ୍ ପ୍ଲାଟଫର୍ମ କେଟୋ ଜରିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଷ୍ଟାର ଦମ୍ପତି ନିଜ ତରଫରୁ ୨ କୋଟି ଟଙ୍କା ଦାନ କରିଛନ୍ତି । କେଟୋରେ ଏହି ଅଭିଯାନ ୭ ଦିନ ଯାଏଁ ଚାଲିବ । ଏଥିରୁ ସଂଗ୍ରହ ହୋଇଥିବା ଧନ ରାଶି ଏସିଟି ଗ୍ରାଣ୍ଟସ ନାମକ ସଂସ୍ଥାକୁ ଦିଆଯିବ ଯାହା ଅକ୍ସିଜେନ ଓ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା କାମ କରିଥାଏ ।”

କୋହଲି କହିଛନ୍ତି, “ଦେଶ ବର୍ତ୍ତମାନ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ଆମେ ସମସ୍ତେ ଏକଜୁଟ ହୋଇ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ଆବଶ୍ୟକ । ମୁଁ ଅନୁଷ୍କା ଗତ ବର୍ଷେ ହେଲା ଲୋକଙ୍କ ପୀଡା ଦେଖି ଆହତ । ସେଥିପାଇଁ ଆମେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ । ଦେଶକୁ ବର୍ତ୍ତମାନ ଆମର ସହାୟତା ଦରକାର । ଏହି ବିଶ୍ୱାସ ସହ ଆମେ ଧନ ରାଶି ସଂଗ୍ରହ କରିବା ଅଭିଯାନ ଆରମ୍ଭ କରିଛୁ । ଲୋକେ ନିଜ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ନିଶ୍ଚୟ ଆଗକୁ ଆସିବେ ବୋଲି ଆମର ବିଶ୍ୱାସ । ଆମେ ଏକଜୁଟ ଓ ଆମେ ମିଳିମିଶି ନିଶ୍ଚୟ ଏହି ସ୍ଥିତି ପାର କରିବାରେ ସଫଳ ହେବା ।”

   Related Posts