Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମା’ ହେବାପରେ ପ୍ରଥମଥର ନଜର ଆସିଲେ ଅନୁଷ୍କା: ଝିଅର ଚେକଅପ୍ ପାଇଁ ଯାଇଥିଲେ କ୍ଲିନିକ୍

21/01/2021 at 1:36 PM

ମୁମ୍ବାଇ ୨୧/୦୧ : ମା ହେବା ପରେ ପ୍ରଥମଥର ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କାଙ୍କ ସହ ବିରାଟ କୋହଲି ମଧ୍ୟ ନଜର ଆସିଛନ୍ତି। ପତିପତ୍ନୀ ଗୁରୁବାର ସକାଳେ ମୁମ୍ବାଇ ବାନ୍ଦ୍ରାରେ ନଜର ଆସିଛନ୍ତି। ଦୁହେଁ ନିଜ ନବଜାତ ଝିଅକୁ ନେଇ ଚେକଅପ୍ ପାଇଁ ଯାଇଥିଲେ। ଦୁଇ ଷ୍ଟାର୍ ପେପରାଜିକୁ ପୋଜ୍ ବି ଦେଇଥିଲେ।

ବେବି ବିରୁଷ୍କାଙ୍କ ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ଅନେଇ ବସିଛନ୍ତି କିନ୍ତୁ ଏବେ ଯାଏଁ ଦେଖି ପାରିନାହାନ୍ତି। ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ। ଝିଅ ଜନ୍ମ ଦେବା ପାଖାପାଖି ୧୦ ଦିନ ହୋଇଗଲାଣି କିନ୍ତୁ ସେ ପୂର୍ବ ଭଳି ସମ୍ପୂର୍ଣ ସୁସ୍ଥ ଓ ଫିଟ ନଜର ଆସିଛନ୍ତି। ଗର୍ଭାବସ୍ଥା ସମୟରେ ତାଙ୍କର ଓଜନ ଅଧିକ ବୃଦ୍ଧି ହୋଇନଥିଲା।

ଆଜି ସେ ଡେନିମ୍ ଜିନ୍ସ ଓ ସାର୍ଟରେ ନଜର ଆସିଛନ୍ତି। ତାଙ୍କ ଲୁକରୁ ଜଣାପଡିଛି ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ପେପରାଜି ଅନୁରୋଧ ପରେ ଦୁହେଁ ପୋଜ୍ ଦେଇଥିଲେ।

ଜାନୁଆରୀ ୧୧ ତାରିଖରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବାପା-ମା’ ହୋଇଛନ୍ତି। ଅନୁଷ୍କା ଏଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଶିଶୁ ଜନ୍ମ ପରେ ବିରାଟ କୋହଲି ସୋସିଆଲ ମିଡ଼ିଆରେ ଖୁସି ଜାହିର କରିଥିଲେ। ସେ ଲେଖିଥିଲେ, “ଆଜି ଅପରାହ୍ନରେ ଆମର ଝିଅ ହୋଇଛି। ଆପଣମାନଙ୍କ ସ୍ନେହ ଓ ଶୁଭକାମନା ପାଇଁ ବହୁତ ବହୁତ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି।”

ଏହାପରେ ପ୍ରଶଂସକ ଷ୍ଟାର ଯୋଡିକୁ ଦେଖିବାକୁ ଅପେକ୍ଷା କରିଥିଲେ।

   Related Posts