ବିରୁଷ୍କାଙ୍କ ଘରେ ନାହାନ୍ତି କୌଣସି ଘରୋଇ ସହାୟକ: ଅତିଥିଙ୍କୁ ନିଜେ ରୋଷେଇ କରି ଖାଇବା ପରଶନ୍ତି ଅନୁଷ୍କା
23/02/2021 at 11:58 AM

ମୁମ୍ବାଇ ୨୩/୦୨ : ବିସିସିଆଇର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ଯେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଡାଉନ ଟୁ ଆର୍ଥ ବ୍ୟକ୍ତି। ବିରାଟ ଅନୁଷ୍କାଙ୍କ ଏହି ବ୍ୟବହାରକୁ ନେଇ ସରନଦୀପ ସିଂହ ବହୁତ ପ୍ରଶଂସା କରିଛନ୍ତି। ଆକର୍ଷଣୀୟ ଓ ଭବ୍ୟ ଘରେ ରହୁଥିବା ସତ୍ତ୍ୱେ ତାଙ୍କ ଘରେ ଜଣେ ବି ଘରୋଇ ସହାୟକ ନାହାନ୍ତି। ତାଙ୍କ ଘରକୁ ଅତିଥି ଗଲେ ଅନୁଷ୍କା ନିଜେ ରୋଷେଇ କରି ଅତିଥିଙ୍କୁ ପରଶନ୍ତି। ଅନୁଷ୍କା ନିଜେ ଅତିଥିଙ୍କ ପୁରା ଦେଖାଶୁଣା କରନ୍ତି। ଏତେ ବଡ ତାରକା ହୋଇ ନିଜେ ଘର କାମ ନିଜେ କରିବା, ଘରୋଇ ସହାୟକ ନ ରଖିବା, ତାଠାରୁ ଆଉ କିଛି ଭଲ ଖବର ହୋଇପାରେ କି ?

ସରନଦୀପ ସିଂହ କହିଛନ୍ତି ମଇଦାନରେ ନିଜ ପ୍ରଦର୍ଶନ କାରଣରୁ ଲୋକେ କୋହଲିଙ୍କୁ ସମ୍ପର୍କରେ ଭୁଲ ରାୟ ଦେଇଥାନ୍ତି। ସେତେବେଳେ ପୁରା ଟିମର ଦାୟିତ୍ୱ କୋହଲିଙ୍କ କାନ୍ଧ ଉପରେ ଥାଏ। ଏହିଭଳି ସ୍ଥିତିରେ ତାଙ୍କର ଆକ୍ରମକ ହେବା ସାଧାରଣ କଥା। କିନ୍ତୁ ମଇଦାନ ବାହାରେ ତାଙ୍କ ବ୍ୟବହାର ବହୁତ ନରମ। ମଇଦାନରେ ଆକ୍ରମକ ରହୁଥିବା କୋହଲି ସିଲେକସନ ମିଟିଂ ସମୟରେ ବହୁତ ବିନମ୍ର ରୁହନ୍ତି। ସେ ସମସ୍ତଙ୍କ କଥା ଶୁଣନ୍ତି ଓ ତାପରେ କୌଣସି ନିଷ୍କର୍ସରେ ପହଞ୍ଚିଥାନ୍ତି। କୋହଲି ଜଣେ ବହୁତ ଭଲ ଶ୍ରୋତା ବୋଲି ସେ କହିଛନ୍ତି।

ବିରାଟ ଅନୁଷ୍କା ନିଜ ଘରକୁ ନିଜେ ବହୁତ ସ୍ନେହରେ ସଜାଇଛନ୍ତି। ଅନୁଷ୍କା ବିରାଟଙ୍କ ଘର ମୁମ୍ବାଇ ବର୍ଲିରେ ରହିଛି। ତାଙ୍କ ଆପାର୍ଟମେଣ୍ଟ ନାଁ ‘Omkar 1973’। ବାହାଘର ପରେ ୨୦୧୭ ମସିହାରେ ଦମ୍ପତି ଏହି ଘରକୁ ସିଫ୍ଟ ହୋଇଥିଲେ। ଉଭୟ ବାହାଘର ପୂର୍ବରୁ ୨୦୧୬ ରେ ଏହି ଘର କିଣିଥିଲେ ବୋଲି ଶୁଣିବାକୁ ମିଳିଥିଲା।

ଏହି ଆପାର୍ଟମେଣ୍ଟର ଦାମ ୩୪ କୋଟି ଟଙ୍କା। ଏହି ସୁନ୍ଦର ଓ ଆକର୍ଷଣୀୟ ଘର ୭୧୭୧ ବର୍ଗ ଫିଟରେ ନିର୍ମାଣ ହୋଇଛି। ବିରୁଷ୍କାଙ୍କ ଫ୍ଲାଟ ଓମକାର ୧୯୭୩ ଆପାର୍ଟମେଣ୍ଟର ୩୫ ତମ ଫ୍ଲୋରରେ ଅଛି। ଏହି ଘରେ ୪ଟି ବେଡରୁମ ଓ ପ୍ରାଇଭେଟ ଟେରିସ ଅଛି, ଗାର୍ଡେନ ଏରିଆ ଅଛି ଓ ଏକ ଛୋଟ ଜିମ ବି ଅଛି। ଅନୁଷ୍କା କିଛି ଦିନ ପୂର୍ବରି ଗାର୍ଡେନର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

ଘରେ ଫାଟୋସୁଟ୍ ପାଇଁ ମଧ୍ୟ ଅନୁଷ୍କାଙ୍କର ଏକ ପ୍ରିୟ ଜାଗା ଅଛି। ସେଠାରେ ସେ ପ୍ରିରେଡ କାର୍ପେଟ ଫଟୋ କ୍ଲିକ କରନ୍ତି। ଏହି ବ୍ୟାକଡ୍ରପରେ ଅନୁଷ୍କା ଅନେକ ଫଟୋ ପୋଷ୍ଟ କରିଛନ୍ତି।