ୱେଷ୍ଟଇଣ୍ଡିଜ୍ ଟୁର ନେଇ ଟିମ୍ ଇଣ୍ଡିଆ କ୍ୟାପ୍ଟେନଙ୍କ ସାମ୍ବାଦିକ ସମ୍ମିଳନୀ, ରୋହିତ ଶର୍ମା ବିବାଦ ସମ୍ପର୍କରେ ଏପରି କହିଲେ ବିରାଟ

Published By : Prameya-News7 Bureau | July 29, 2019 IST

ମୁମ୍ବାଇ: ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁର ନେଇ ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କ୍ୟାପ୍ଟେନ ବିରାଟ କୋହଲି। ବିସିସିଆଇ କ୍ରିକେଟ ସେଣ୍ଟରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋହଲି ଟିମ୍ ର ପ୍ରସ୍ତୁତି ନେଇ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। ଏଥିରେ ଟିମର ଓପ୍ନର ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମାଙ୍କ କଥା ବି ଉଠିଥିଲା। ତେବେ ତାଙ୍କ ସହ କୌଣସି ବିବାଦ ନଥିବା କହିଛନ୍ତି କୋହଲି। ତେବେ ଗଣମାଧ୍ୟମରେ ଏ ନେଇ ପ୍ରସାରିତ ହେଉଥିବା ଖବର ତାଙ୍କ ନାଜରକୁ ବି ଆସିଥିବା କୋହଲି କହିଛନ୍ତି।

{"id":138780}

ତେବେ ଗଣମାଧ୍ୟମ ଯେପରି ଭାବୁଛି ରୋହିତ ଅଥବା ଟିମ୍ ର ଅନ୍ୟ କୌଣସି ଖେଳାଳିଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ନଥିବା ଅଧିନାୟକ କହିଛନ୍ତି। ଯଦି ଟିମରେ ଖେଳାଳିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥାନ୍ତା ତେବେ ଗତ ୩-୪ ବର୍ଷ ହେଲା ଟିମର ପରଫର୍ମାନ୍ସ ଏପରି ନଥାନ୍ତା ବୋଲି କହିଛନ୍ତି କୋହଲି। ପ୍ରତି ଖେଳାଳିଙ୍କର ଖେଳାଳିଙ୍କ ସହ ଭଲ ସମ୍ପର୍କ ଥିବା ବେଳେ ତାଙ୍କର ମଧ୍ୟ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରହିଛି ବୋଲି କ୍ୟାପ୍ଟେନ କହିଛନ୍ତି। କୋହଲିଙ୍କ କଥାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ସମର୍ଥନ କରିଥିଲେ।

{"id":138781}

ତେବେ ୱେଷ୍ଟଇଣ୍ଡିଜ ଟୁରରେ ଟେଷ୍ଟ କ୍ରିକେଟ ଖେଳିବା ଲାଗି ସମସ୍ତ ଖେଳାଳିଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା କହିଛନ୍ତି କୋହଲି। କ୍ରିକେଟ ଖେଳିବା ଲାଗି ୱେଷ୍ଟଇଣ୍ଡିଜ୍ ଏକ ଖୁବ୍ ସୁନ୍ଦର ସ୍ଥାନ ଓ ପ୍ରତ୍ୟେକ ଖେଳାଳି ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇପାରିବେ। ଟିମ୍ ରେ ସାମିଲ ହୋଇଥିବା ନୂଆ ଖେଳାଳିଙ୍କୁ ଟି-୨୦ରେ ସେମାନଙ୍କ ପରାକାଷ୍ଠା ପ୍ରଦର୍ଶନ ନିମନ୍ତେ ନିଶ୍ଚିତ ସୁଯୋଗ ମିଳିବ ବୋଲି କୋହଲି  ଆଶାବ୍ୟକ୍ତ କରିଛନ୍ତି। ଘରୋଇ କ୍ରିକେଟରେ ଉଚ୍ଚମାନର ପ୍ରଦର୍ଶନ କରି ଟିମ୍ କୁ ଆସିଥିବାରୁ ଖେଳାଳି ନିଶ୍ଚିତ ଭଲ କରିବେ ବୋଲି ଅଧିନାୟକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.