Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିରାଟ ଓ ଧୋନୀ ହେଲେ କ୍ରିକ୍ଇଂଫୋ Decade ଟିମ୍ କ୍ୟାପ୍ଟେନ୍

1/01/2020 at 6:57 PM

ଟେଷ୍ଟ କ୍ରିକେଟ୍ ଲାଗି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀଙ୍କୁ ସ୍ପୋର୍ଟସ୍ ୱେବ୍‌ସାଇଟ୍‌ ଇସ୍‌ପିଏନ୍‌ କ୍ରିକ୍ଇଂଫୋ ଗତ ଦଶକର କ୍ୟାପ୍ଟେନ ମନୋନୀତ କରିଛି। ସେହିପରି ୱାନ୍‌ଡେ ଓ ଟି-୨୦ କ୍ୟାପ୍ଟେନ୍ ଭାବେ ଟିମ୍‌ ଇଣ୍ଡିଆର ପୂର୍ବ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ମନୋନୀତ ହୋଇଛନ୍ତି।  ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ମଧ୍ୟ କ୍ରିକ୍‌ଇଂଫୋ ଟେଷ୍ଟ ଟିମ୍‌ରେ ସ୍ଥାନ ପାଇଛନ୍ତି। 

ଗତ ଦଶକରେ ବିରାଟ ୫୪.୯୭ ହାରରେ ୭ହଜାର ୨୦୨ ରନ୍ କରିଛନ୍ତି। ସେହିପରି ଅଶ୍ୱିନ୍ ୨୫.୩୬ ହାରରେ ୩୬୨ଟି ୱିକେଟ୍ ପାଇଛନ୍ତି।   ୱେବ୍‌ସାଇଟ୍‌ର ୱାନଡେ ଟିମ୍‌ରେ ଧୋନୀଙ୍କ ବ୍ୟତୀତ ବିରାଟ ଓ ରୋହିତ ଶର୍ମା ମଧ୍ୟ ସ୍ଥାନପାଇଛନ୍ତି। ଟି-୨୦ ଟିମ୍‌ରେ ବିରାଟ ଓ ଧୋନୀଙ୍କ ପରେ ଦ୍ରୁତ ବୋଲର ଜଶପ୍ରୀତ ବୁମରାହ ମଧ୍ୟ ଅଛନ୍ତି। କ୍ରିକ୍‌ଇଂଫୋ ଟି-୨୦ ଟିମ୍‌ରେ ଗତ ଟି-୨୦ ୱାର୍ଲଡକପ୍ ବିଜେତା ୱେଷ୍ଟଇଣ୍ଡିଜ୍‌ର ୫ ଖେଳାଳି ସ୍ଥାନପାଇଛନ୍ତି।  ଏମାନଙ୍କ ମଧ୍ୟରେ କ୍ରିସ୍‌ ଗେଲ, ବ୍ରାଭୋ, ସୁନୀଲ ନରେନ୍‌, ପୋଲାର୍ଡ ଓ ଆନ୍ଦ୍ରେ ରସେଲ ଆଦିଙ୍କ ନାମ ରହିଛି। କେବଳ ମେନ୍ସ କ୍ରିକେଟ୍ ନୁହେଁ ୱେବ୍‌ସାଇଟ୍ ମହିଳା କ୍ରିକେଟରଙ୍କ ଟିମ୍‌ ବି କରିଛି। ଏଥିରେ ଭାରତୀୟ ଟିମ୍‌ର ମିତାଲୀ ରାଜ ଓ ଝୁଲନ ଗୋସ୍ୱାମୀଙ୍କୁ ୱାନଡେ ଓ ଟି-୨୦ ଟିମ୍‌ରେ ସ୍ଥାନ ମିଳିଛି।

ଇଏସ୍‌ପିଏନ କ୍ରିକ୍‌ ଇନଫୋ ଡିକେଡ୍ ମେନ୍ସ ଟେଷ୍ଟ ଟିମ୍‌ ସୂଚୀ
ବିରାଟ କୋହଲୀ(କ୍ୟାପ୍ଟେନ), ଏଲେଷ୍ଟର କୁକ୍‌, ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ୍, ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ, ଆବ୍ରାହାମ ଡିଭିଲିୟର୍ସ, ରିବଚନ୍ଦ୍ର ଅଶ୍ୱିନ୍, ଜେମ୍ସ ଅଣ୍ଡରସନ୍, ଡେଲ ଷ୍ଟେନ ଓ ରଙ୍ଗନା ହେରାଥ ରହିଛନ୍ତି। ସେହିପରି ୱାନଡେ ଟିମ୍‌ରେ ମହେନ୍ଦ୍ର ସିଂ ଧୋନୀ (କ୍ୟାପ୍ଟେନ ଓ ୱିକେଟ୍ କିପର), ହାସିମ ଅମଲା, ରୋହିତ ଶର୍ମା, ବିରାଟ କୋହଲୀ, ଆବ୍ରାହାମ ଡିଭିଲିୟର୍ସ, ରସ୍ ଟେଲର, ସକିବ ଅଲ ହାସନ, ଟ୍ରେଣ୍ଟ ବାଉଲ୍ଟ, ମିଶେଲ ଷ୍ଟାର୍କ, ଲସିଥ ମଲିଙ୍ଗା ଓ ଇମ୍ରାନ ତାହିର ସ୍ଥାନପାଇଛନ୍ତି।

ସେହିପରି କ୍ରିକ୍‌ଇଂଫୋ ଦଶକ ଟି-୨୦ ପୁରୁଷ ଟିମ୍‌ରେ ମହେନ୍ଦ୍ର ସିଂ ଧୋନୀ (କ୍ୟାପ୍ଟେନ୍), କ୍ରିସ ଗେଲ୍, ସୁନୀଲ ନରେନ୍, ବିରାଟ କୋହଲୀ, ଆବ୍ରାହାମ ଡେଭିଲିୟର୍ସ, କେରନ ପୋଲାର୍ଡ, ଆନ୍ଦ୍ରେ ରସେଲ, ଡୋୱାନ ବ୍ରାଭୋ, ରଶିଦ ଖାନ, ଲସିଥ ମଲିଙ୍ଗା ଓ ଜସପ୍ରୀତ ବୁମରାହ ଆଦି ସ୍ଥାନପାଇଛନ୍ତି।     

   Related Posts