Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ରଜନୀକାନ୍ତ ଓ ଅକ୍ଷୟଙ୍କ ପରେ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ଏବେ ବିରାଟ-ଦୀପିକା

1/02/2020 at 12:36 PM

ମୁମ୍ବାଇ ୧|୨: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ଓ ସାଢଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ୍‌ ଏବଂ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ବିରାଟ୍‌ କୋହଲି । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ।

ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ଧିରେ ଧିରେ ଭାରତରେ ଫେମସ୍‌ ହୋଇଚାଲିଛି। ଭାରତୀୟ ଦର୍ଶକଙ୍କ ମଧ୍ୟରେ ଶୋକୁ ନେଇ ଉତ୍ସାହ ବଢିବାକୁ ଲାଗିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଫିଲ୍ମ ଜଗତରୁ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ନାଁ ଏହି ଲୋକପ୍ରିୟ ଶୋ ସହ ଯୋଡ଼ା ଯାଇଥିଲା। ଜାନୁଆରୀ ମାସରେ ‘ମ୍ୟାନ୍‌ ଭର୍ସସ୍‌ ଓ୍ବାଇଲ୍ଡ’ ଶୋ’ ପାଇଁ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଶୁଟିଂ ଥିଲା।

କର୍ନାଟକସ୍ଥିତ ବାନ୍ଦିପୁରରେ ଏକ ସ୍ପେସିଆଲ ଏପିଶୋଡ୍‌ ବିୟର ଗ୍ରିଲ୍ସଙ୍କ ସହ ଶୁଟିଂ ହୋଇଛି। ଦର୍ଶକଙ୍କ ମଧ୍ୟରେ ଦୁଇ ଷ୍ଟାରଙ୍କୁ ଏହି ଶୋ’ରେ ଦେଖିବାକୁ ଉତ୍ସାହ ବଢ଼ିଯାଇଛି। ସୂଚନାଯୋଗ୍ୟ ଯେ, ଦୀପିକା ଓ ବିରାଟ୍‌ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ ଶୋ’ର ନୂଆ ଏପିସୋଡ୍‌ରେ ନଜର ଆସିବେ ।

   Related Posts