Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ସମୁଦ୍ର କୂଳରେ ରିଲାକ୍ସ କରୁଛନ୍ତି ବିରୁଷ୍କା, ଫଟୋ ହେଉଛି ଭାଇରାଲ

11/09/2019 at 4:55 PM

ମୁମ୍ବାଇ୧୧|୯: ଅନୁଷ୍କା ଶର୍ମା ଆଜିକାଲି ମିଡିଆ ଲାଇମ୍‌ଲାଇଟ୍‌ରୁ ଦୂରାଇ ଅଛନ୍ତି। ଅନୁଷ୍କା ଏଯାଏଁ ଗୋଟେ ବି ଫିଲ୍ମ ସାଇନ୍‌ କରିନାହାନ୍ତି। ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ରହିଛନ୍ତି ବିରାଟ ଓ ଅନୁଷ୍କା । ଉଭୟ ବିରୁଷ୍କା ଭାବେ ମଧ୍ୟ ପରିଚିତ। ଉଭୟଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଦଶ ମିଲିୟନ୍‌ ରୁ ଅଧିକ ଫଲଅର୍ସ ଅଛନ୍ତି।ସେଥିପାଇଁ ଅଧିକାଂଶ ସମୟରେ ଦୁହେଁ ନିଜର ଫଟୋ ସେୟାର କରନ୍ତି।

ଏବେ ସୋସିଆଲ ମିଡିଆରେ ବିରାଟ ଓ ଅନୁଷ୍କାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ବିରାଟ ଓ ଅନୁଷ୍କା ସମୂଦ୍ର କୂଳରେ ଏନ୍‌ଜଏ କରିବାର ନଜର ଆସୁଛନ୍ତି। ଏହି ଫଟୋକୁ ବିରାଟ କୋହଲି ସେୟାର କରିଛନ୍ତି। ଫଟୋରେ ଅନୁଷ୍କା ବ୍ଲାକ ବିକିନି ପିନ୍ଧି ସମୁଦ୍ରକୂଳରେ ବସିଥିବା ଦେଖିବାକୁ ମିଳିଛି।

ଅନୁଷ୍କା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ୩ଟି ଫଟୋ ସେୟାର କରିଛନ୍ତି। ଅନୁଷ୍କା ସମୂଦ୍ର କୂଳରେ ରିଲାକ୍ସ କରୁଥିବା ଫଟୋ ପୋଷ୍ଟ କରିଛନ୍ତି।  ଘଣ୍ଟାଏ ମଧ୍ୟରେ ଫଟୋକୁ ଲକ୍ଷାଧିକ ଲାଇକ୍‌ ଓ କମେଣ୍ଟ ମିଳିଛି। ବଲିଉଡ ଅଭିନେତା ଅର୍ଜ୍ଜୁନ କପୁର ମଧ୍ୟ ଏହି ଫଟୋରେ କମେଣ୍ଟ କରିଛନ୍ତି। “ ଇତନୀ ଖୁସି” ଲୋଖି ସେ ଦୁଇ ଜଣଙ୍କୁ ଟାଗ କରିଛନ୍ତି। ଅନୁଷ୍କା ଫଟୋ ସେୟାର କରି ନିଜ ପାଇଁ ୱାଟର ବେବି କ୍ୟାପସନ ଦେଇଥିଲେ।

ତେବେ କିଛିଦିନ ତଳେ ବିରାଟ କୋହଲି ଅନୁଷ୍କାଙ୍କ ସହ ତାଙ୍କ ପ୍ରଥମ ଦେଖାସାକ୍ଷାତ ସମ୍ପର୍କରେ ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ ଏକ ସାମ୍ପୁ ବିଜ୍ଞାପନ ସୁଟିଂ ବେଳେ ସେ ପ୍ରଥମେ ଅନୁଷ୍କାଙ୍କୁ ଭେଟିଥିଲେ। ପରେ ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ଆଗକୁ ବଢିଥିଲା ।

ତେବେ ପରଦାରେ ଶେଷ ଥର ପାଇଁ ଅନୁଷ୍କାଙ୍କୁ ଜିରୋ ଫିଲ୍ମରେ ଦେଖା ଯାଇଥିଲା। ଫିଲ୍ମରେ ସେ ଶାହରୁଖ ଖାନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ବକ୍ସ ଅଫିସରେ ଏହି ଫିଲ୍ମ ବିଷେଶ କିଛି ଧମାଲ କରିନଥିଲା। ଏବେ ଆଗାକୁ ସେ କେଉଁ ଫିଲ୍ମରେ ନଜର ଆସିବେ ସେହି ଅପେକ୍ଷାରେ ଦର୍ଶକ ଅଛନ୍ତି।

   Related Posts