ଅନଲାଇନ୍ କ୍ଲାସ୍‌ରେ ସଂଘର୍ଷମୟ ଦିନକୁ ମନେପକାଇଲେ ବିରୁଷ୍କା, କହିଲେ କରୋନା ଆମକୁ ଉଦାର କରିଛି

Published By : Prameya-News7 Bureau | April 22, 2020 IST

ମୁମ୍ବାଇ : ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀ ଆଜି ବିଶ୍ୱର ଦିଗ୍ଗଜ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ। ହେଲେ ସେ ନିଜକୁ ଯେଉଁଠି ପ୍ରତିଷ୍ଠିତ କରିପାରିଛନ୍ତି ତାହା ତାଙ୍କ ଲାଗି ଏତେ ସହଜ ନଥିଲା। ଏଥି ଲାଗି ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।  ବିରାଟ କୋହଲୀ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ‘ଅନ ଆକେଡମୀ କ୍ଲାସେସ୍’ରେ ସେମାନଙ୍କ ସଂଘର୍ଷମୟ ଦିନକୁ ମନେ ପକାଇଛନ୍ତି।

{"id":258201,"sizeSlug":"large"}

ବିରାଟ କହିଛନ୍ତି ଥରେ ଟେଷ୍ଟ ଟିମ୍‌ରେ ତାଙ୍କର ଚୟନ ହୋଇନଥିଲା। ଯାହାକୁ ନେଇ ସେ ବହୁତ ବ୍ୟଥିତ ହୋଇପଡିବା ସହ ରାତି ତମାମ କାନ୍ଦିଥିଲେ। ଚୟନ କର୍ତ୍ତା ତାଙ୍କୁ ରିଜେକ୍ଟ କରିଥିବେ ସେ ବିଶ୍ୱାସ ବି କରିପାରିନଥିଲେ।  ରାତି ୩ଟା ପର୍ଯ୍ୟନ୍ତ ସେ କାନ୍ଦିଥିଲେ। ୨୦୦୬ ମସିହାରେ କୋହଲୀ ଦିଲ୍ଲୀ ଟିମ୍‌ରୁ ଡେବ୍ୟୁ କରିଥିଲେ। ତାର ୨ ବର୍ଷ ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନମିଳିଥିଲା। ଶ୍ରୀଲଙ୍କା ବିରୋଧରେ ସେ ପ୍ରଥମ ଅନ୍ତର୍ଜାତୀୟ ୱାନଡେ ଖେଳିଥିଲେ।

{"id":258202,"sizeSlug":"large"}

ଉତ୍ତମ ପ୍ରଦର୍ଶନ ସତ୍ତ୍ୱେ ଟିମ୍‌ରେ ସ୍ଥାନପାଇନଥିଲେ
କ୍ୟାରିୟର ଆରମ୍ଭରୁ ସବୁ ମ୍ୟାଚ୍‌ରେ ବିରାଟ ଭଲ ସ୍କୋର କରୁଥିଲେ। ସବୁକିଛି ଠିକ୍‌ ଠାକ୍ ଥିଲା। ଫ୍ୟାନସ୍‌ ବି ତାଙ୍କର ଖେଳର ବେଶ୍ ତାରିଫ କରୁଥିଲେ। ପ୍ରତ୍ୟେକ ସ୍ତରରେ ସେ ଉତ୍ତମ ପ୍ରଦର୍ଶନ କରୁଥିଲେ ବି ତାଙ୍କୁ ଟିମ୍‌ରୁ ରିଜେକ୍ଟ କରିଦିଆଯାଇଥିଲା। ଏ ନେଇ ସେ ତାଙ୍କ କୋଚ୍‌ଙ୍କ ସହ ୨ ଘଣ୍ଟା କାଳ କଥା ହୋଇଥିଲେ। ତେବେ ତାଙ୍କୁ ଟିମ୍‌ରୁ କାହିଁକି ରିଜେକ୍ଟ କରାଯାଇଥିଲା ତାର କାରଣ ସେ ଏଯାଏଁ ଖୋଜି ପାଇ ନାହାନ୍ତି। ହେଲେ ଏହା ତାଙ୍କର ଧୈର୍ଯ୍ୟ ଓ ସଂକଳ୍ପର ପରୀକ୍ଷା ଥିଲା ବୋଲି ଏବେ ଭାବୁଛନ୍ତି ।

{"id":258203,"sizeSlug":"large"}

କରୋନା ଆମ ସମସ୍ତଙ୍କୁ ଉଦାର କରିଛି
କରୋନା ବୈଶ୍ୱିକ ମହାମାରୀକୁ ନେଇ ଭାରତୀୟ କ୍ୟାପ୍ଟେନ ଏହାର ସକରାତ୍ମକ ଦିଗପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏହି ସଂକଟର ଏକ ପଜେଟିଭ ଦିଗଟି ହେଉଛି ଆମେ ସମସ୍ତେ ଏବେ ସମସ୍ତଙ୍କ ଲାଗି ବେଶ୍ ଉଦାର ହୋଇପାରିଛେ। ଯାହା ଆଗରୁ ଆମ ମନରେ ନଥିଲା। କରୋନା ବିରୋଧରେ ଯେଉଁମାନେ ସଂଘର୍ଷ କରୁଛନ୍ତି ପୋଲି କର୍ମଚାରୀ ହୁଅନ୍ତୁ କି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟମାନେ ସମସ୍ତଙ୍କ ପ୍ରତି ଆମେ କୃତଜ୍ଞତା ଜଣାଉଛେ। ସଂକଟରୁ ମୁକ୍ତ ହେବା ପରେ ବି ଆମ ଭିତରେ ଏହି ଭାବନା ରହିବ ବୋଲି ବିରାଟ ଆଶାବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.