Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାତୀୟ ପତାକା କି ଦୋଷ କଲା ? ଆଶାଦିଦି ଭୁଲ୍‌ କଲେ, କହିବାରୁ ରାଗି ପୁଣି ଅକ୍ଷମଣୀୟ ଭୁଲ୍‌ କଲେ…

17/08/2020 at 2:48 PM

ସାନଖେମୁଣ୍ଡି୧୭।୦୮: ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କମଳ ପୁର ଗାଁରେ ଘଟିଛି ଏଭଳି ଘଟଣା । ଜଣେ ଆଶା କର୍ମୀଙ୍କ ଦ୍ୱାରା ଜାତୀୟ ପତାକାକୁ ଅସମ୍ମାନ କରାଯିବା ନେଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହା ପରେ ସବୁ ମହଲରେ ଏହାକୁ ନିନ୍ଦା କରାଯାଇଛି । ଏହାସହିତ ଆଶା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଶନିବାର ଦିନ ସାରାଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କମଳପୁର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କିନ୍ତୁ ଜାତୀୟ ପତାକା ଓଲଟା ଲାଗିଥିବାରୁ ସ୍ଥାନୀୟ କିଛି ଯୁବକ ଏହାର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ କରିଦେଇଥିଲେ । ତେବେ ସୋସିଆଲ୍‌ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଆଶା କର୍ମୀଙ୍କ ସଂପର୍କରେ ଜାଣିବାକୁ ପାଇଥିଲା । ଆଶାକର୍ମୀ ଅଙ୍ଗନବାଡ଼ି ନିକଟରେ ପହଞ୍ଚିବା ପରେ, ଏ ଖବର ନେଇ ସେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ।

ଅଙ୍ଗନବାଡ଼ି କେନ୍ଦ୍ରରେ ଗେଟ୍‌ରେ ତାଲା ପଡିଥିଲା , ତେଣୁ ସେ ଉତ୍ୟକ୍ତ ହୋଇ ତାଲାକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ପରେ ଅଙ୍ଗନବାଡ଼ି ପରିସରରେ ଲାଗିଥିବା ଜାତୀୟ ପତାକାକୁ ଖୁଣ୍ଟ ସହ ଉପାଡ଼ି ଫିଙ୍ଗି ଦେଇଥିଲେ । ରାଗରେ ଜାତୀୟ ପତାକା ଲାଗିଥିବା ଖୁଣ୍ଟକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାର ନିନ୍ଦା କରାଯାଇଛି । ସମ୍ପୃକ୍ତ ଆଶା କର୍ମୀଙ୍କ ନାମ ଭାଗ୍ୟଶ୍ରୀ ବାରିକ ବୋଲି ଜଣାପଡ଼ିଥିବା ବେଳେ ଏନେଇ ତାଙ୍କଠୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

   Related Posts