Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବଣୁଆ ହାତୀ ଖାଉଛି ହେଲମେଟ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଦାର ଭିଡିଓ

11/06/2021 at 2:03 PM

ଗୌହାଟୀ ୧୧/୬: ଇଣ୍ଟରେନେଟରେ ସଦାସର୍ବଦା ହାତୀମାନଙ୍କ ମଜାଦାର ଘଟଣା ବେଶ୍ ଭାଇରାଲ ହୋଇଥାଏ । ଗଜରାଜଙ୍କ ଏହି ଅନନ୍ୟ କୌଶଳୀ ସମସ୍ତଙ୍କୁ ବେଶ୍ ଆକର୍ଷିତ ବି କରିଥାଏ । କିନ୍ତୁ ଏଥର ଏକ ବଣୁଆ ହାତୀର ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେବାରେ ଲାଗିଛି । କଥାଟା ହେଉଛି, କି ହାତୀ କଦଳୀ, ଫଳମୂଳ ଖାଇବାର ଲୋକେ ଦେଖିଛନ୍ତି । କିନ୍ତୁ ହାତୀ ହେଲମେଟ୍ ଖାଉଥିବା ଲୋକେ ଦେଖିନଥିବେ କିମ୍ୱା ଶୁଣି ନଥିବେ ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ହାତୀଟି ନିଜ ଶୁଣ୍ଢରେ ଟେକିନେଇ ହେଲମେଟକୁ କିପରି ଖାଇଦେଉଛି । ବାସ୍ତବରେ ଏହି ଭିଡିଓ ଗୌହାଟିର ନାରଙ୍ଗୀ ନିକଟ ସତଗାଓନ୍ ଆର୍ମି କ୍ୟାମ୍ପରୁ ଆସିଛି । ଯେଉଁଠାରେ ଏକ ବଣୁଆ ହାତୀ ଖାଦ୍ୟ ସାମଗ୍ରୀ ଭାବରେ ରାସ୍ତାରେ ପାର୍କ ହୋଇଥିବା ବାଇକରୁ ହେଲମେଟ ଆଣି ଖାଇଦେଉଛି ।

ଭିଡିଓରେ ହାତୀ ସେନା ଶିବିରରେ ପାର୍କ ହୋଇଥିବା ବାଇକ୍ ନିକଟକୁ ଯାଇ ହେଲମେଟ ଟାଣିବାକୁ ଚେଷ୍ଟା କରେ । ପରେ ଶୁଣ୍ଢ ସାହାଯ୍ୟରେ ବାଇକ୍ ହ୍ୟାଣ୍ଡେଲରେ ଝୁଲୁଥିବା ହେଲମେଟକୁ ଆଣି ଆରାମରେ ଖାଇଦିଏ । ସୂଚନା ଯୋଗ୍ୟ ଯେ, ଏହି ଭିଡିଓକୁ ହେଲମେଟର ମାଲିକ ତାଙ୍କ ମୋବାଇଲରୁ ରେକର୍ଡ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିସହିତ ଲୋକମାନେ ହାତୀ ହେଲମେଟ ଖାଇ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

   Related Posts