Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଗୁଡ୍ ବାଏ…ଗୁଡ୍ ବାଏ…ଚୀନ ଡାକ୍ତରଖାନାରେ କରୋନା ସଂକ୍ରମିତ ବୃଦ୍ଧ ଦମ୍ପତିଙ୍କ ଭିଡିଓ ହୃଦୟ ବିଦାରକ, ଇଣ୍ଟରନେଟ୍ରେ ଭାଇରାଲ

4/02/2020 at 5:26 PM

ବେଜିଂ ୦୪/୦୨- ଇଣ୍ଟରନେଟ୍‌ରେ ସେହି ଦୃଶ୍ୟଟି ହୃଦୟ ବିଦାରକ । ବୟସ ୮୦ ପାଖାପାଖି କି ତାଠୁ ବେଶି । ମୁହଁରେ ମାସ୍କ ଲାଗିଛି । ଡାକ୍ତରଖାନା ବେଡ୍‌ରେ ଶୋଇଛନ୍ତି ଦୁହେଁ । ଜୀବନ ଓ ମରଣର ସଂଘର୍ଷ । ତେବେ ସବୁଠୁ ବେଶି ଯେଉଁ କଥାଟି ଦୁଃଖ ଦାୟକ , ହୃଦୟରେ ଭରିଛି ବେଦନା, ତାହା ହେଲା ସେହି ବୃଦ୍ଧ ଦମ୍ପତିଙ୍କର ପରସ୍ପର ପ୍ରତି ସମ୍ଭାଷଣ । ଗୁଡ୍‌ ବାଏ..ଗୁଡ୍ ବାଏ…। ଶେଷ ସମୟ ପୂର୍ବରୁ ବିଦାୟ ନେବାର ,ଅଲଗା ହେବାର ଦୁଃଖ ସେହି କଥାରେ ,ଯାହା ଶୁଣିବା ଲୋକର ହୃଦୟକୁ ବି କୋରିଦିଏ । ଇଣ୍ଟରନେଟ୍‌ରେ କରୋନା ଭାଇରସ ଆକ୍ରାନ୍ତ ବୃଦ୍ଧ ଦମ୍ପତିଙ୍କ ଏହି  ଭିଡିଓ ଏବେ ଭାଇରାଲ ।

 ଚୀନ୍‌ରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୪୨୫ ଚୁଇଁଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରି ଭୂତାଣୁ ବୋଲି ଘୋଷଣା କରିସାରିଲାଣି । ସେପଟେ ଚୀନର ଅନେକ ସହର ଏବେ ଅଚଳ ଏବଂ ଅବରୋଧ । ତଥାପି ଭୟଙ୍କର ଭାଇରସ୍‌କୁ ବ୍ରେକ ଦେଇ ହେଉନି । ହସ୍ପିଟାଲରେ ବଢୁଛି ଚିକିତ୍ସାଧିନଙ୍କ ସଂଖ୍ୟା । ୧୭ ହଜାରରୁ ବେଶି ଆକ୍ରାନ୍ତ ।ବେଶି ଚିନ୍ତା ଦାୟକ ହେଲା, ଏହି ମହାମାରିର ସଂକ୍ରମଣ ବେଶି ଭୟାନକ ଏବଂ କ୍ଷିପ୍ର ।

 ସାରା ଚୀନ୍‌ରେ ଆତଙ୍କ ଏବଂ ଚିନ୍ତା । ଆଇସିୟୁରେ ଭର୍ତ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏପରି ଦୁଇଜଣ ଆକ୍ରାନ୍ତ ଏହି ବୃଦ୍ଧ ଦମ୍ପତି । ଚୀନ୍‌ର କେଉଁ ଡାକ୍ତରଖାନାରେ ସେମାନେ ଚିକିତ୍ସାଧିନ ତାହା ସୋସିଆଲ ମିଡିଆ ଭିଡିଓରେ ସ୍ପଷ୍ଟ କରାଯାଇନଥିଲେ ବି  , ଏହା ଯେ ଏକ ସୁପର ସ୍ପେଶିଆଲିଟି ହସପିଟାଲ ତାହା ନିଶ୍ଚିତ । ବୃଦ୍ଧ ଦମ୍ପତିଙ୍କ ଭିଡିଓ ଟ୍ୱିଟରରେ ସେୟାର କରି , କେହି ଜଣେ କ୍ୟାପସନ ଲେଖିଛନ୍ତି, What does a couple mean ?(  ଏକ ଦମ୍ପତିର ଅର୍ଥ କ’ଣ ?) ପରସ୍ପରକୁ ଗୁଡ୍ ବାଏ କହୁଛନ୍ତି ଦୁହେଁ, କରୋନା ଭାଇରସ ଆକ୍ରାନ୍ତ ଦୁହେଁ  ସେମାନଙ୍କ ସାକ୍ଷାତକୁ ଶେଷ ବୋଲି ଭାବିନେଇଛନ୍ତି , ଆଉ ଶେଷରେ ବିଦାୟ ସମୟରେ ପରସ୍ପର ଠାରୁ ଏପରି କହି ବିଦାୟ ନେଉଛନ୍ତି । ସତରେ କେତେ ଦୁଃଖଦ ! ଦାମ୍ପତ୍ୟ ପ୍ରେମର ଶେଷ ନାହିଁ । ପରସ୍ପର ପ୍ରତି ପ୍ରେମ, ଭଲପାଇବା ଏବଂ ଶୁଭ କାମନାର  ଏପରି ଚିତ୍ର ହୃଦୟ ଛୁଇଁଛି ।ପ୍ରେମ ଶେଷ ହୀନ, ମୃତ୍ୟୁରେ ବି ତାହା ସରିଯାଏନି । କରୋନା ଆକ୍ରାନ୍ତ ବୃଦ୍ଧ ଚୀନା ଦମ୍ପତ୍ତିଙ୍କ ଏହି ସଂପର୍କ  ପ୍ରେମର ପରିଭାଷାହିଁ କୁହେ । 

 ଏହାକୁ ନେଇ ସୋସିଆଲ ମିଡିଆରେ ଜୋର ପ୍ରତିକ୍ରିୟା । ଏପରି ଭିଡିଓ ସେୟାରିଂ କୁନେଇ ଧନ୍ୟବାଦ ବେଳେ, ଚୀନ୍‌ରେ କରୋନା କିପରି ଭୟାନକ ହୋଇଛି ଏବଂ ନିୟନ୍ତ୍ରଣ ବାହାରେ ସେ ନେଇ ଉଦବେଗ ପ୍ରକାଶ କରିଛନ୍ତି ନେଟ୍ ବ୍ୟବହାରକାରୀ । ବେଶି ଛୁଇଁଛି, ବୃଦ୍ଧ ଦମ୍ପତିଙ୍କ ପରସ୍ପର ପ୍ରତି ଭଲପାଇବା । ଏବେ ଚିକିତ୍ସାଧିନ ଥିବା ବୃଦ୍ଧ ଦମ୍ପତି ବଞ୍ଚିଯାଆନ୍ତୁ ଏହି କାମନା ।

   Related Posts