ନିଶାସକ୍ତ ଅବସ୍ଥାରେ ଅର୍ଧନଗ୍ନ ଯୁବତୀଙ୍କ ସହ ନେତାଙ୍କ ଭିଡିଓ ହେଲା ଭାଇରାଲ…

Published By : Prameya-News7 Bureau | September 02, 2019 IST

ବୈଶାଳୀ୨|୯: ନେତାଙ୍କ କଳାକାରନାମା ପଦାରେ ପଡିଲା। ନିଶାସକ୍ତ ଅବସ୍ଥାରେ ଅର୍ଧନଗ୍ନ ଯୁବତୀଙ୍କ ସହ ନେତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଥିବ ନେତା ବେଶ୍ ପ୍ରଭାବଶାଳୀ ବୋଲି ଜଣାପଡିଛି। ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ସହ ସେ ମଜାମସ୍ତି କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସୂଚାନାଯୋଗ୍ୟ ଯେ, ଭିଡିଓରେ ଅର୍ଧନଗ୍ନ ଯୁବତୀଙ୍କ ସହ ଯେଉଁ ବ୍ୟକ୍ତି ନିଶାସେବନ କରୁଛନ୍ତି ସେ ହେଉଛନ୍ତି ଜେଡିୟୁର ଜଣେ ବ୍ଲକ ସ୍ତରୀୟ ନେତା । ବିହାରର ବୈଶାଳୀ ଜିଲ୍ଲାର ଜେଡିୟୁ ଦଳର ସେ ହେଉଛନ୍ତି ବ୍ଲକ୍ ଅଧ୍ୟକ୍ଷ। ତାଙ୍କ ନାଁ ଅଂସାର ଆଲମ ବୋଲି ଜଣାପଡିଛି।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓ ସଂପର୍କରେ ଆଲମଙ୍କୁ ପଚାରିବାରୁ ଏହି ଭିଡିଓ ତାଙ୍କର ନୁହେଁ ​‌ବୋଲି ସେ କହିଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ଏହିଭଳି ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ କହିଥିଲେ। ଭିଡିଓରେ ଥିବା ଯୁବତୀଙ୍କ ସେ ଜାଣି ନାହାଁନ୍ତି ବୋଲି ରୋକଠୋକ ମନା କରିଦେଇଥିଲେ। ହେଲେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓରେ ଆଲମ ଥିବା କଥା ସ୍ପଷ୍ଟ ହୋଇଛି ।

ଏପର୍ଯନ୍ତୁ ଦଳ ପକ୍ଷରୁ କୌଣସ ପ୍ରତିକ୍ରିୟା ଅସ୍ତଗତ ହୋଇନାହିଁ ବୋଲି ସୂଚନା ମିଳିଛି। ପୋଲିସ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.