ସୀମା ଅତିକ୍ରମ ଉଦ୍ୟମ କରୁଥିବା ଚୀନ୍‌ ସୈନ୍ୟଙ୍କ ସହ ଲଢିଲେ ଭାରତୀୟ ସେନା , ଧସ୍ତାଧସ୍ତି ପରେ ପଛକୁ ହଟିଲା PLA : ଭିଡିଓ ଭାଇରାଲ…

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ଭାରତ-ଚୀନ୍ ସୀମାରେ ଏବେ ଉତ୍ତେଜନା ଲାଗିରହିଛି । ଗତ କିଛି ଦିନ ତଳେ ଲଦାଖର ପୂର୍ବ ଗଲଓ୍ୱାନ ଉପତ୍ୟାକାରେ ସୀମା ବିବାଦ ନେଇ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲା । ଯାହାଫଳରେ କି ଭାରତର ୨୦ଯବାନ ସହିଦ ହୋଇଥିବା ବେଳେ ଚୀନ୍‌୪୦ରୁ ଅଧିକ ଯବାନ ମୃତାହତ ହୋଇଥିବା ଖବର ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ କି କେତେଜଣ ସୈନ୍ୟ ମୃତାହତ ହୋଇଛନ୍ତି ତାହା ମଧ୍ୟ ଗୋପନୀୟ ଭାବେ ତଥ୍ୟ ରଖିଛି ବେଜିଂ । ତେବେ ଗୋଟିଏ ପଟେ ଗଲଓ୍ୱାନ ଘଟଣାରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଆଉ ଗୋଟିଏ ପଟେ ସୋସିଆଲ୍‌  ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯାହାକି ଖୁବ୍‌ ଭାଇରାଲ ମଧ୍ୟ ହେଉଛି । ଭାଇରାଲ୍‌ ହେଉଥିବା ଭିଡିଓରେ ଦୁଇ ଦେଶର ସୈନ୍ୟବାହିନୀଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ହେଉଥିବାର ଦେଖିବାକୁ ମିଳିଛି । PLA ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାରେ ଦେଖିବାକୁ ମିଳିଛି । ଯେଉଁମାନଙ୍କୁ ଭାରତୟୀ ସେନା ଅଟକାଇ ଖୁବ୍‌ ମାଡ ମାରିଥିବାର ଦେଖିବାକୁ ମିଳିଛି । ଯାହାଫଳରେ କି ଶେଷରେ  ଭାରତୀୟ ସୀମାରୁ ପଛକୁ ହଟିବାକୁ ବାଧ୍ୟ ହେଇଥିଲା ଚୀନ୍‌ ସେନା ।

wp:html /wp:html

ସୂଚନାଯୋଗ୍ୟ ଯେ, ଭାଇରାଲ ହୋଇଥିବା ଭିଡିଓଟି କେଉଁ ତାରିଖର ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ, ଭିଡିଓଟି କିଛି ଦିନର , କାହିଁକି ନା ସମସ୍ତ ସୈନ୍ୟ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହା ମଧ୍ୟ ଦାବି କରାଯାଉଛି ଯେ, ଭିଡିଓଟି ସିକିମ୍‌ର ନାକୁଲା ଅଞ୍ଚଳର । ୫ମିନିଟିର ଏହି ଭିଡିଓରେ ସମୟ ଓ ସ୍ଥାନ ନେଇ ସେନା ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।  ସେହିପରି ଏହା ସ୍ପଷ୍ଟ ଯେ, ମେ ୯ରେ ହୋଇଥିବା ଝଗଡାର ମଧ୍ୟ ନୁହେଁ, ଯେଉଁଥିରେ ଭାରତ ଓ ଚୀନ୍‌ ପ୍ରାୟ ୧୫୦ରୁ ଅଧିକ ସୈନ୍ୟ ହାତାହାତି ହୋଇଥିଲେ । ଯେଉଁଥିରେ ୧୧ଜଣ ଯବାନ ଆହତ ହୋଇଥିଲେ । କିନ୍ତୁ ଭାଇରାଲ ହୋଇଥିବା ଏହି ନୂଆ ଭିଡିଓରେ ୨୫ ଭାରତୀୟ ଓ ଚୀନ୍‌ ସୈନ୍ୟ ଥିବାର ଦେଖିବାକୁ ମିଳିଛି । ନିଜ ନିଜ ମଧ୍ୟରେ ଠେଲାପେଲା ଓ ହାତହାତି ହେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ କିଛି ଚୀନ୍‌ ସେନା ହାତ ଉଠାଇବାକୁ ଉଦ୍ୟମ କରୁଥିବାର ଦେଖିବାକୁ ମିଳିଛି . ଯାହାକୁ ଭାରତୀୟ ସେନା ଦୃଢ ଜବାବ ଦେଇଛି ।

ଭାରତୀୟ  ଓ ଚୀନ ସେନା ମଧ୍ୟରେ ହୋଇଥିବା ଝଗଡାର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଗତ ମାସରେ ମଧ୍ୟ ଏହିପରି ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ହାତାହାତି ହେଉଥିବାର ଦେଖିବାକୁ ମିଳିଥିଲା ।  କିନ୍ତୁ ଭାରତୀୟ ସେନା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଭିଡିଓ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.