Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ହେଲମେଟ୍ ଚେକିଂ ସମୟରେ ଟ୍ରାଫିକ ପୋଲିସର ଦୁର୍ବ୍ୟବହାର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ପୋଲିସର ଆକ୍ସନ ଶୂନ୍ । ଦେଖନ୍ତୁ ଏହି ଭିଡିଓ…

14/12/2018 at 9:27 PM

କଟକ ୧୪|୧୨: ହେଲମେଟ୍ ଚେକିଂ ସମୟରେ ଟ୍ରାଫିକ ପୋଲିସର ଦୁର୍ବ୍ୟବହାର । ଏଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଫାଇନ୍ ଆଦାୟ ସମୟରେ ଚପଲରେ ବାଡେଇବାକୁ ଧମକ ଦେଇଥିବା ବି ଶୁଣିବାକୁ ମିଳିଛି । ତେବେ ଆସନ୍ତୁ ଦେଖିବା ପୂରା ଭିଡିଓ । …

ରାସ୍ତାରେ ଟ୍ରାଫିକ ପୋଲିସର ଦାଦାଗିରି । ଫାଇନ୍ ଆଦାୟ ନାଁରେସାଧରଣ ଲୋକଙ୍କ ଉପରେ ଜୁଲମ୍ । ହେଲମେଟ୍ ଚେକିଂ ନାଁରେ ମନଇଛା ଫାଇନ୍ ଆଦାୟ କରୁଛନ୍ତି ଟ୍ରାଫିକ୍ପୋଲିସ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । … ଟିକେ ଶୁଣନ୍ତୁ ଟ୍ରାଫିକ୍ ଏଏସ୍ଆଇଙ୍କକଥାବାର୍ତ୍ତା । … କଟକ ଲିଙ୍କ ରୋଡରେ ହେଲମେଟ୍ ଚେକିଂ ହେଉଥିଲା । ଏହି ସମୟରେ ଗାଡିରେ ଫେନ୍ସିନମ୍ବର ଲଗାଇଥିବାରୁ ଜଣେ ଯୁବକଙ୍କୁ ଅଟକାଇଲେ ପୋଲିସ ବାବୁ ଜଣଙ୍କ । ଏହା ପରେ ଆରମ୍ଭ ହୋଇଗଲା ମୂଲଚାଲ। ପ୍ରଥମେ ୧୦୦ ଟଙ୍କା ଫାଇନ୍ ପାଇଁ କହୁଥିବା ଟ୍ରାଫିକ୍ ଏସ୍ଆଇ ହଠାତ୍ ୫ ଶହ ଟଙ୍କା ମାଗିଲେ । ପରେଏହା ୫ ହଜାର ପର୍ଯ୍ୟନ୍ତ ବି ଗଲା । କେବଳ ଏତିକି ନୁହେଁ ନମ୍ବର ପ୍ଲେଟ୍ କାଢି ଦେବାକୁ ବି ଧମକ ଦେଲେ। କଥାବର୍ତ୍ତା ରେକର୍ଡିଂ ହେଉଥିବା ଦେଖି ହଠାତ୍ ଚିହିଁକି ଉଠିଲେ ପୋଲିସ ବାବୁ ଜଣକ । ଆଉ ମୋବାଇଲ୍ଭାଙ୍ଗି ଦେବା ସହ ଚପଲରେ ବାଡେଇବାକୁ ଧମକ ବି ଦେବାକୁ ପଛେଇଲେନି ।ଏହାକୁ ନେଇ ଯୁବକ ଏବଂ ଟ୍ରାଫିକ୍ଏଏସ୍ଆଇଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲା । ଯେତେବେଳେ ଭିଡିଓକୁ କୌଣସି ନ୍ୟୁଜ ଚ୍ୟାନେଲରେଦେବାକୁ ଯୁବକ ଜଣଙ୍କ ଧମକ ଦେଲେ ହଠାତ୍ ବଦଳିଗଲା ଏଏସ୍ଆଇଙ୍କ ବ୍ୟବହାର । ପୋଲିସ ହୋଇ ସାଧାରଣ ଲୋକଙ୍କସହ ଦୁର୍ବ୍ୟବହାର କରିବା ଠିକ୍ ନୁହେଁ । କିନ୍ତୁ ଆଇନ୍ ଉଲଂଘନକାରୀ ଭୁଲ କରି ଯେଉଁ ଭିଡିଓ ଭାଇରାଲ୍କଲେ ତାହା ମଧ୍ୟ କେତେ ଠିକ୍ ।

   Related Posts