Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅଜବ କାଫେ, ପାଣିରେ ପହଁରୁଥିବା ମାଛଙ୍କ ମଝିରେ ବସି ଖାଦ୍ୟ ଖାଆନ୍ତି ଲୋକେ

12/11/2021 at 9:14 AM

ନୂଆଦିଲ୍ଲୀ ୧୨/୧୧: ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଭିଏତନାମର ହାନୋଇରେ କୋଇ ପୋଣ୍ଡ କାଫେ ନାମକ ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଲୋକମାନେ ପାଣିରେ ପହଁରୁଥିବା ମାଛମାନଙ୍କ ମଧ୍ୟରେ ବସି ସେମାନଙ୍କର ଖାଦ୍ୟ ଏଞ୍ଜଏ କରନ୍ତି। ଏହି ରେଷ୍ଟୁରାଣ୍ଟ ଭିତରେ ଏକ ମାଛ ପୋଖରୀ ତିଆରି କରାଯାଇଛି।

୧୯ ସେକେଣ୍ଡ୍ ର ଏହି କ୍ଲିପ୍ ରେ, ମାଛଗୁଡିକ ପାଣିରେ ପହଁରୁଥିବାର ଦେଖାଯାଇଛି। ଜଣେ ୟୁଜର୍ ଏହି କ୍ଲିପକୁ ଅନଲାଇନ୍ ସେୟାର୍ ପ୍ଲାଟଫର୍ମ ରେଡ୍ଡିଟ୍ ରେ ପୋଷ୍ଟ କରିଛନ୍ତି। କ୍ଲିପ୍ ର କ୍ୟାପସନ୍ ରେ କାଫେର ନାମ ଲେଖାଯାଇଛି – କୋଇ ପଣ୍ଡ କାଫେ, ଯେଉଁଠାରେ ଅତିଥିମାନେ ଟ୍ୟାଙ୍କର ମଝିରେ ବସିଛନ୍ତି।

ଏହି କ୍ଲିପ୍ ରେ, ରେଷ୍ଟୁରାଣ୍ଟର ଭିତର ଅଂଶ ଦେଖାଯାଇଛି। ଏହାର ଚଟାଣ କାଠରେ ନିର୍ମିତ, ଯେଉଁଥିରେ ପାଣି ଭରି ରହିଛି। ଏଥିରେ ଛୋଟ ବଡ ରଙ୍ଗୀନ ମାଛଗୁଡିକ ପାଣିରେ ପହଁରୁଥିବାର ଦେଖାଯାଇଛି। ରେଷ୍ଟୁରାଣ୍ଟ ଭିତରେ ଚେୟାର ଏବଂ ଟେବୁଲଗୁଡିକ ମାଛ ଟାଙ୍କି ପରି ନିର୍ମିତ ହୋଇଛି। କାନ୍ଥରେ ଏକ ବୋର୍ଡ ଲଗାଯାଇଛି, ଯେଉଁଥିରେ ସ୍ୱିଟ୍ ଫିସ୍ କାଫେ ଲେଖା ହୋଇଛି।

ଯିଏ ଏହି ଭିଡିଓ ଦେଖୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କାରଣ ମାଛଗୁଡ଼ିକ ବହୁତ ବଡ ଏବଂ ସୁସ୍ଥ ଦେଖାଯାଉଛନ୍ତି। ଏହା r / Damnthatsinterest ନାମକ ଏକ ରେଡ୍ଡିଟ୍ ଆକାଉଣ୍ଟରେ ସେୟାର ହୋଇଛି ଏବଂ ଏହି ଭିଡିଓ ଏପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଭ୍ୟୁ ପାଇଛି। ଏହାର ପ୍ରତିକ୍ରିୟାରେ, ଜଣେ ୟୁଜର୍ ଲେଖିଛନ୍ତି – ଏହା ଏକ ଭୟଙ୍କର ଆଇଡିଆ। ଅନ୍ୟ ଜଣେ ୟୁଜର୍ ଚିନ୍ତା ପ୍ରକଟ କରି ଲେଖିଛନ୍ତି, ଖାଦ୍ୟକୁ ପାଣିରେ ପକାଇଲେ ମାଛ ମୋଟା ଏବଂ ବିଷାକ୍ତ ହୋଇପାରନ୍ତି।

   Related Posts