'ଅଧିକ ଗରମ ଯୋଗୁଁ ୨ଟି ବିୟର ନେଲି କିଛି ଅସୁବିଧା ନାହିଁ': ଦେଖନ୍ତୁ ବାବାଙ୍କ ଭାଇରାଲ ଭିଡିଓ

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ୨୪/୬: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଭିଡିଓରେ ଯେଉଁ ବ୍ୟକ୍ତି ବଡ୍‌ଓ୍ବାଇଜର ବିୟର ( ମଦ) ସଂପର୍କରେ ଟିପଣୀ ଦେଉଛନ୍ତି, ତାଙ୍କ ବେଶଭୂଷାରୁ ଲାଗୁଛି ସେ ଜଣେ ଧାର୍ମିକ, ସାଧୁସନ୍ଥ। ଏହି ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗୁଛି। ସେ ଭିଡିଓରେ କହୁଛନ୍ତି, ବଡ୍‌ଓ୍ବାଇଜର ବିୟର ଦୁନିଆର ସର୍ବଶ୍ରେଷ୍ଠ ବିୟର। ଏହାର ଦୁଇଟି ଅଲଗା ଅଲଗା ଟେଷ୍ଟ ଅଛି। ତେଣୁ ସେହି ବିୟର (ମଦ)କୁ ସେ ଟେଷ୍ଟ କରିଛନ୍ତି। ତେଣୁ କିଛି ଅସୁବିଧା ନାହିଁ। ପୁଣି ସେହି ଭିଡିଓ ସେ କହିଛନ୍ତି, ଗୁରୁ ଗୋରଖ ନାଥଙ୍କ ବଚନ ମନେ ରଖନ୍ତୁ। ହସିନ୍ତୁ, ଖେଳନ୍ତୁ, ଗାଆନ୍ତୁ ଏବଂ ଧ୍ୟାନ କରନ୍ତୁ। ସବୁ ଜିନିଷ ମାତ୍ରାଧିକ ଶରୀର ପକ୍ଷେ କ୍ଷତି କ୍ଷାରକ। ଗରମ ଯୋଗୁଁ ବାପା ୨ଟି ବିୟର ପିଇଦେଲେ ସେଥିରେ କିଛି ଅସୁବିଧା ନାହିଁ। ଖୋଦ୍ ବାବା ନିଜେ ଗାଡି ଭିତରେ ବସି ବିୟର ଭିଡିଓ ସୁଟିଂ କରିଛନ୍ତି। ଦେଖନ୍ତୁ ବାବାଙ୍କ ବିୟର ଭିଡିଓ....

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.