ଅନ୍ଧବିଶ୍ବାସ : କରୋନାରୁ ମୁକ୍ତି ପାଇଁ ଚାଲିଛି ପୂଜାର୍ଚ୍ଚନା , ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | June 02, 2020 IST

ଛାପ୍ରା ୦୨।୦୬: ବିଶ୍ୱରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ସମସ୍ତ ସରକାର ଏଥିପାଇଁ ଚିନ୍ତାରେ ପଡିଛନ୍ତି । କିପରି ଏହିଭଳି ମାରାତ୍ମକ ଭାଇରସରୁ ନିଜକୁ ରକ୍ଷା କରିବେ , ସେନେଇ ଅନେକ ଆକଳନ ଓ ଟୀକା ଗେବଷଣା ଚାଲିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ଏହାକୁ ନେଇ ଭୟ ବଢ଼ିବାରେ ଲାଗିଛି । କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କରୋନାକୁ ‘ମାତା’ ଭାବେ ବିବେଚେନା କରି ପୂଜାର୍ଚ୍ଚନା କରୁଛନ୍ତି । ଏ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ମହିଳା ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

wp:html /wp:html

ଅନ୍‌ଲକ୍‌ ୧.୦ ଆରମ୍ଭ ହେବା ପରେ ମହିଳାମାନେ କରୋନାକୁ ଚେଚକ ମାତା ଭାବେ ପୂଜା କରୁଛନ୍ତି । ଏହାଦ୍ୱାରା ମାଆ ଶାନ୍ତ ପଡ଼ିବ ଏବଂ ଭୂତାଣୁ ସଂକ୍ରମଣ ଉଭେଇଯିବ ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ଭିଡିଓରେ ଗ୍ରାମୀଣ ଅଞ୍ଚଳରେ ବିପୁଳ ସଂଖ୍ୟାରେ ମହିଳା ଏକାଠି ହୋଇ ଘରୁ ବାହାରକୁ ବାହାରୁଛନ୍ତି । ସୋମବାର ଗୋଦନା ଗଢ଼ଦେବୀ ମନ୍ଦିର ଏବଂ ଏହାର ପରିସରରେ ଲଡୁ ଓ ଫୁଲ ଆଦି ଚଢ଼ାଇ ପୂଜା କରୁଛନ୍ତି । ପୂଜା ସାମଗ୍ରୀକୁ ଏକଫୁଟର ଏକ ଗାତ ଖୋଳି ତାହା ମଧ୍ୟରେ ପୋତିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.