Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦ବର୍ଷର ବାଳକ, ଚମତ୍କାର ଫୁଟବଲ ଖେଳାଳି: ଜିରୋ-ଡିଗ୍ରୀ ଗୋଲ୍‌ ଦେଇ ଇଣ୍ଟରନେଟ୍‌ରେ ଏବେ ହିରାେ

କେରଳ ୧୫।୦୧: ସୋସିଆଲ ମଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । କିପରି ଜଣେ ବାଳକ ଜିରୋ-ଡିଗ୍ରୀ କର୍ଣ୍ଣରରୁ ଗୋଲ୍ କରୁଛି ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଭାଇରାଲ ହେଉଥିବା ଭିଡିଓରେ ଖେଳାଳିଜଣଙ୍କ ବୟସ ମାତ୍ର ୧୦ବର୍ଷ । ଏବଂ ତାଙ୍କ ନାମ ଦାନିସ ବୋଲି ଜଣାପଡିଛି । କେରଳ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରରେ ଅଲ୍‌ କେରଳ କିଡ୍‌ସ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖେଳାଯାଉଥିବା  ଏକ ମ୍ୟାଚ୍‌ର ଏହି ଦୃଶ୍ୟ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବୟସ ମାତ୍ର ୧୦, କିନ୍ତୁ ଫୁଟବଲରେ ଯେପରି ଭାବେ ପ୍ରତିଭା ରହିଛି । ତାହା ବଡ ବଡ ଖେଳାଳିଙ୍କୁ ଖେଳକୁ ମନେପକାଇଦେଇଛି । ୧୦ବର୍ଷର କୁନି ପିଲାଟିଏ ଏକ ମ୍ୟାଚ୍‌ ଖେଳିବା ସମୟରେ ଜିରୋ-ଡିଗ୍ରୀ କର୍ଣ୍ଣରରୁ ସିଧା ଗୋଲ୍‌ ପୋଷ୍ଟକୁ କିକ୍‌ ମାରି ଗୋଲ କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ୧୧,୦୦୦ରୁ ଅଧିକ ଥର ଲୋକମାନେ ଦେଖିସାରିଲେଣି । ଟ୍ବିଟରରେ ୨୯୪ ଥରରୁ ଅଧିର ଥର ରି-ଟ୍ବିଟ୍‌ ହୋଇସାରିଲାଣି । ୧.୪କେ ଲାଇକ୍‌ ମିଳିସାରିଲାଣି । ଭିଡିଓରେ କୁନି ପିଲାର ଖେଳ ଦେଖି ୟୁଜର୍ସମାନେ ଖୁବ ଭଲ କମେଣ୍ଟ ଦେଉଛନ୍ତି ।

   Related Posts