ଭୁବନେଶ୍ବର୧୯/୮: କୋଭିଡ୍ ସଂପର୍କୀତ ଭୁଲ୍ ତଥ୍ୟର ଅଡିଓ କ୍ଲିପ୍ ଭାଇରାଲ ଘଟଣାରେ ସଂପୃକ୍ତ ଓ୍ବେବ୍ ପୋର୍ଟାଲର ମୁଖ୍ୟ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ । ସଂପୃକ୍ତ ଓ୍ବେବ୍ ପୋର୍ଟାଲର ମୁଖ୍ୟଙ୍କୁ ଥାନାରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ସୂଚନା ମିଳିଛି। ଜଣେ ଅତିରିକ୍ତ ଡିସିପି, ୩ ଏସିପି ଏବଂ ଆଇଆଇସି ଜେରା କରିଥିବା ଜଣାପଡିଛି। ଓରିଜିନାଲ ଅଡିଓ ଏବଂ ଭାଇରାଲ ଅଡିଓ ମଧ୍ୟରେ ତାଳମେଳ କଣ ରହିଛି, ସେହି ସଂପର୍କରେ ଆଲୋଚନା ହୋଇଥିବା ଜଣାପଡିଛି। ଭାଇରାଲ ଅଡିଓ କେଉଁଠୁ ଆସିଲା ଏବଂ କିଏ ଦେଇଥିଲେ, ଏ ନେଇ ମଧ୍ୟ ଛାନ୍ଭିନ୍ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ ଓ୍ବେବ୍ ପୋର୍ଟାଲର ମୁଖ୍ୟ କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ।
ଢିଲା ୟୁନିଫର୍ମ, ଥ୍ରୀ-ଷ୍ଟାର, ଫେକ୍ ଆଇଡି କାର୍ଡ: ହା...