ବିବାହ କରିବ କହି ୫ ବର୍ଷ ଧରି ଦୁଷ୍କର୍ମ କରିଥିଲା, ଥାନାରେ ଅଭିଯୋଗ କରିବାରୁ ମହିଳା ବନ୍ଧୁଙ୍କୁ ଲଗାଇ ପୀଡ଼ିତାଙ୍କୁ ନିର୍ଧୁମ ଛେଚିଲା ଅଭିଯୁକ୍ତ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | October 27, 2021 IST

ଲକ୍ଷ୍ନୌ ୨୭/୧୦: ଦୁଷ୍କର୍ମ ଅଭିଯୁକ୍ତ ନିଜର ମହିଳା ବନ୍ଧୁଙ୍କୁ ଲଗାଇ ପୀଡ଼ିତାଙ୍କୁ ମାଡ଼ ମାରିଛି । ପ‌ରେ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଦେଇଛି ଅଭିଯୁକ୍ତ। ପୀଡ଼ିତାଙ୍କୁ ଅଭିଯୁକ୍ତର ବାନ୍ଧବୀମାନେ ବିଚ୍‌ ରାସ୍ତାରେ ଚୁଟି ଝିଙ୍କି, ଗୋଇଠା ବିଧା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣାଟି ଲକ୍ଷ୍ନୌର ବୋଲି ଜଣାପଡ଼ିଛି । ଆଶିୟାନା କୋତବାଲି ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଲକ୍ଷ୍ନୌର ରାବିନ କୁମାର ଉପରେ ବିବାହର ପ୍ରଲୋଭନ ଦେଖାଇ ୫ ବର୍ଷ ଧରି ଦୁଷ୍କର୍ମ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ଏଥିରେ ଉତଖିପ୍ତ ରାବିନ ନିଜର ମହିଳା ବନ୍ଧୁମାନଙ୍କୁ ଲଗାଇ ପୀଡ଼ିତାଙ୍କୁ ମାଡ଼ ମାରିଛି । କୌଣସି ଏକ ବାର୍‌ରେ ପାର୍ଟି ସାରି ଫେରିବା ପରେ ଏହି ଘଟଣା ଘଟିଛି । ଏକାଧିକ ଯୁବତୀ ପୀଡ଼ିତାଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଭାଇରାଲ୍‌ ହେଉଛି । ସେପଟେ ଅଭିଯୁକ୍ତ ଯୁବତୀଙ୍କ ସହ ଥିବା ଅନ୍ତରଙ୍ଗ ଫଟୋ, ଭିଡିଓ ସବୁ ଭାଇରାଲ୍‌ କରିବାକୁ ଧମକ ଦେଉଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଛନ୍ତି।

{"id":534285,"width":623,"height":454,"sizeSlug":"full","linkDestination":"none"}

ଭାଇରାଲ୍‌ ଭିଡିଓରେ, ବିଚ୍‌ ରାସ୍ତାରେ ଏକାଧିକ ଯୁବତୀ  ପରଷ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଯୁବତୀମାନେ ପ୍ରବଳ ପାଟିତୁଣ୍ଡ କରୁଥିବା ବେଳେ ଲୋକମାନେ ରୁଣ୍ଡ ହୋଇ ଦେଖୁଛନ୍ତି । ଜଣେ ପଥଚାରୀ ଝଗଡ଼ା ରୋକିବାକୁ ଚେଷ୍ଟା କରିଛନ୍ତି । ଜଣେ ଯୁବତୀ ତଳେ ପଡ଼ି ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି।

ତଳେ ପଡ଼ିଥିବା ଯୁବତୀ ଉଠି ଛିଡ଼ା ହେବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ପୁଣି ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମାଡ଼ ଖାଉଥିବା ଯୁବତୀ ଜଣଙ୍କ କାରରେ ବସି ସେହି ସ୍ଥାନ ଛାଡ଼ି ପଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.