Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେତା କହିଲେ କର୍ମୀ ପିଟିଲେ ! ଗାଁରେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣରେ ୫ ଅଟକ, ଭିଡିଓ ଭାଇରାଲ୍…

2/08/2020 at 7:29 PM

ସମ୍ବଲପୁର ୦୨।୦୮: ସମ୍ବଲପୁରରେ ନେତାଙ୍କ ଆଦେଶରେ ତାଙ୍କ କର୍ମୀ ଜଣେ ଯୁବକଙ୍କୁ ମରଣାନ୍ତକ ପିଟିଥିବା ଅଭିଯୋଗ । ଏଥିରେ ଗୁରୁତର ଆହତ ହୋଇ ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗୋଲକୁଣ୍ଡା ଗାଁର ଏହି ଘଟଣାର ଭିଡଓ ଏବେ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ ଯେ, ଗାଁ ପାଖ ଜଙ୍ଗଲରେ ଜଣେ ଯୁବକଙ୍କୁ ୬ ଜଣ ଯୁବକ ମାଡ ମାରିଥିଲେ । ନେତା ତାଙ୍କ ପାଖରେ ଯୁବକଙ୍କୁ ବସାଇଥିଲେ । ଏହାପରେ ନେତାଙ୍କ କର୍ମୀମାନେ ଯୁବକଙ୍କୁ ମାଡ ମାରିଥିଲେ। ପୁଣି ଚେନ୍ କିଏ ଚୋରାଇଲା ବୋଲି ପ୍ରଶ୍ନ କରିଥିଲେ । ଏହି ଭିଡିଓ ଭାଇରାଲ୍ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ସେପଟେ ମାଡ ଖାଇ ଅମରେଶ ଦୁଆନ ଗୁରୁତର ହୋଇ ପଡିଛନ୍ତି ।

   Related Posts