ମୋବାଇଲ ଓ ଟଙ୍କା ଚୋରି ସନ୍ଦେହରେ ଯୁବକଙ୍କୁ ମାଡ଼, ଭିଡିଓ ଭାଇରାଲ...

Published By : Prameya-News7 Bureau | August 31, 2020 IST

ଭଦ୍ରକ ୩୧।୦୮: ସାଙ୍ଗରେ ମାଛ ଧରୁଥିଲେ । ମୋବାଇଲ ଓ ଟଙ୍କା ରାସ୍ତା ଉପରେ ରଖିଥିଲେ । କିଛି ସମୟ ପରେ ଦେଖିବା ବେଳକୁ ମୋବାଇଲ ଓ ଟଙ୍କା ନାହିଁ କି ପାଖରେ ଥିବା ଲୋକ ମଧ୍ୟ ନାହିଁ । ଶେଷରେ ମୋବାଇଲ ମାଲିକ ଖୋଜି ଖୋଜି ସେହି ଲୋକକୁ ଧରିଲେ । ମୋବାଇଲ ଓ ଟଙ୍କା ମାଗିଲେ । କିନ୍ତୁ ଟଙ୍କା ଓ ମୋବାଇଲ ସେ ନେଇନଥିବା କହିବା ପରେ ତାଙ୍କ ହାତକୁ ଦଉଡି ରେ ବାନ୍ଧି ବଜାରରେ ଟାଣି ଟାଣି ନେଇଛନ୍ତି । ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅନ୍ତର୍ଗତ ବେତାଳିଗାଁ ବଜାରର ।

ଭିଡିଓରେ ଦଉଡିରେ ବନ୍ଧା ହୋଇଥିବା ବ୍ୟକ୍ତିଙ୍କୁ ଟାଣି ଟାଣି ନେଉଥିବା ବ୍ୟକ୍ତିଙ୍କ ଅଭିଯୋଗ ହେଉଛି ଯେ,  ବନ୍ଧା ହୋଇଥିବା ବ୍ୟକ୍ତି ତାଙ୍କ ମୋବାଇଲ ଓ ଟଙ୍କା ଚୋରି କରିଛନ୍ତି । ଏହି ବନ୍ଧା ହୋଇଥିବା ଅବସ୍ଥାରେ ଯୁବକ ଜଣକ ବଜାର ସାରା ବୁଲିଥିଲେ । ପରେ ବହୁ ଲୋକେ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ଦୁଇଜଣ ବଜାରରୁ କୁଆଡ଼େ ଚାଲିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.