Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅନ୍‌ଲାଉନ୍‌ ପଢାରେ କିଏ ପଠାଇଲା ଅଶ୍ଳୀଳ ଭିଡିଓ : ପିଲା-ଅଭିଭାବକ, ସାର୍-ପୋଲିସ ସମସ୍ତେ ଟେନ୍‌ସନ୍‌

13/04/2020 at 9:59 AM

କଟକ ୧୩।୦୪: ଲକ୍‌ଡାଉନ୍‌ ପାଇଁ କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ଏକ ଘରୋଇ ସ୍କୁଲ୍‌ରେ ଏଭଳି ଅନ୍‌ଲାଇନ୍‌ ପାଠ ପଢ଼ା ବେଳେ ଅଘଟଣ ହୋଇଛି । କେହି ଜଣେ ଦୁର୍ବୃତ୍ତ ଏହି ଅନ୍‌ଲାଇନ୍‌ ସାଇଟ୍‌ରେ ପଶି ହଠାତ୍‌ ଅଶ୍ଲିଳ ଭିଡିଓ ଛାଡ଼ିଦେଇଛି । ଫଳରେ ପାଠପଢ଼ୁଥିବା ଶହଶହ ଛାତ୍ରଛାତ୍ରୀ ଓ ସ୍କୁଲ୍‌ର ଏକାଧିକ ଶିକ୍ଷକ ଉକ୍ତ ଭିଡ଼ିଓ ଦେଖିବା ସହିତ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାଟି ଘଟିଛି ଚାଉଳିଆଗ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ ସ୍କୁଲ୍‌ରେ । ଏନେଇ ଥାନାରେ ଏତଲା ଦାୟର ହୋଇଛି । ଗଲା ୨୨ ଦିନ ହେବ କଟକରେ ଲକ୍‌ଡାଉନ୍‌ ହେଲାଣି । ଏଥିପାଇଁ ସ୍କୁଲ୍‌ କଲେଜ ଏବେ ସଂପୂର୍ଣ୍ଣ ବନ୍ଦ । ପିଲାଙ୍କ ପାଠ ପଢ଼ା ଏକପ୍ରକାର ଅଧାରେ ଅଟକି ରହିଛି । ତେଣୁ କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନୂଆ କୋର୍ସକୁ ନେଇ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ନିର୍ଦ୍ଦିଷ୍ଟ ଏକ ୱେବ୍‌ସାଇଟ୍‌ ଜରିଆରେ ପିଲାମାନେ ଘରେ ରହି ଲାପ୍‌ଟପ୍‌ ଓ ମୋବାଇଲ୍‌ ଯୋଗେ ପାଠ ପଢ଼ିପାରୁଛନ୍ତି । ଏହି କ୍ରମରେ ଚାଉଳିଆଗ ଥାନା ଅନ୍ତର୍ଗତ ଏକ ସ୍କୁଲ୍‌ର ଦ୍ୱାଦଶ ଶ୍ରେଣୀର ପିଲାଙ୍କର ଅନ୍‌ଲାଇନ୍‌ ପାଠପଢ଼ା ଗତ କିଛି ଦିନ ହେବ ଆରମ୍ଭ ହୋଇଛି । ତେବେ ଦୁଇ ଦିନ ତଳର ଘଟଣା । ଦ୍ୱାଦଶ ପାଠ ପଢ଼ା ଚାଲିଥାଏ । ପିଲାମାନଙ୍କୁ ଦିଆଯାଇଥିବା ୟୁଜର ଆଇଡି ଓ ପାସ୍‌ୱାଡ୍‌ ଜରିଆରେ ନିଜ ନିଜ ଘରେ ବସି ପାଠ ପଢ଼ୁଥାନ୍ତି । ସ୍କୁଲ୍‌ର ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥାନ୍ତି । ଏହି ସମୟରେ ହଠାତ୍‌ ସବୁ ପିଲାଙ୍କ ମୋବାଇଲ୍‌ ଓ କମ୍ପ୍ୟୁଟର ସ୍କ୍ରିନ୍‌ରେ ଏକ ଅଶ୍ଲିଳ ଭିଡ଼ିଓ ଚାଲିବାକୁ ଲାଗିଲା । କେହି କିଛି ବୁଝିବା ପୂର୍ବରୁ ଭିଡ଼ିଓଟି ଚାଲିଲା। ତେବେ ଅଶ୍ଲିଳ ଭିଡ଼ିଓ ହଠାତ୍‌ ପାଠପଢ଼ା ଭିତରେ ଆସିବାରୁ ସ୍କୁଲ୍‌ କର୍ତ୍ତୃପକ୍ଷ ମଧ୍ୟ ଅଡ଼ୁଆରେ ପଡ଼ିଗଲେ । ତୁରନ୍ତ ପିଲାମାନେ ନିଜ ନିଜର କମ୍ପ୍ୟୁଟର ସ୍କ୍ରିନ୍‌ ବନ୍ଦ କରିଦେଲେ ।

ଯେଉଁ ଶିକ୍ଷକ ପାଠ ପଢ଼ାଉଥିଲେ ସେ ମଧ୍ୟ କମ୍ପ୍ୟୁଟର ଲଗ୍‌ ଆଉଟ୍‌ କରିଦେଲେ । ତେବେ କିଛି ସମୟ ପରେ ଜଣାପଡ଼ିଲାକି କେହି ଦୁର୍ବୃତ୍ତ ଫେକ୍‌ ଆଇଡି ପ୍ରସ୍ତୁତ କରି ଏଭଳି କାଣ୍ଡ ଭିଆଇଛି । ମାତ୍ର ସେ କିଏ ବୋଲି ଜଣାପଡ଼ିଲା ନାହିଁ । ଘଟଣାଟି ସ୍କୁଲ୍‌ କର୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଲା । ପୁନର୍ବାର ଆଉ ଅନ୍‌ଲାଇନ୍‌ରେ ପାଠ ପଢ଼ା ନଯାଉ ବୋଲି ମଧ୍ୟ କିଛି ଅଭିଭାବକ ଦାବି କଲେ। ଏହା ମଧ୍ୟରେ ସ୍କୁଲ୍‌ କର୍ତୃପକ୍ଷ ସ୍ଥିର କଲେ କି ଏନେଇ ଥାନାରେ ଅଭିଯୋଗ କରାଯିବ । ଏହା ପରେ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରାଗଲା । ଅଭିଯୋଗ ପାଇ ପୁଲିସ ଆଇପିସିର ଧାରା ୨୯୨(୨-ଏ) ସହିତ ଆଇଟି ଆକ୍ଟର ଧାରା ୬୭(ଏ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ କିଏ ରହିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଂଚଠାରୁ ସହଯୋଗ ମଧ୍ୟ ଲୋଡ଼ାଯାଇଛି । ତେବେ ସ୍କୁଲ୍‌ର କେହି ପିଲା ୟୁଜର ଆଇଡି ଓ ପାସ୍‌ୱାର୍ଡ କାହାକୁ ଦେବାରୁ ଏଭଳି ଘଟଣା ହୋଇଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।

   Related Posts