କେକ୍ କାଟୁ କାଟୁ ଜଳିଗଲା ଅଭିନେତ୍ରୀଙ୍କ କେଶ : ଭାଇରାଲ ହେଉଛି ଭିଡିଓ...

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ଜନ୍ମଦନ ପାଳିବା ସମସ୍ତଙ୍କର ଇଚ୍ଛା ଥାଏ । ସବୁ ଛୋଟରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ କେକ୍‌ କାଟିବାକୁ ପସନ୍ଦ କରନ୍ତି । ହେଲେ ଏମିତି କେକ୍‌ କାଟିବା ଜଣେ ଆମେରିକାନ୍‌ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି। କେକ୍‌ରେ ଲାଗିଥିବା କ୍ୟାଣ୍ଡଲରୁ ତାଙ୍କ ଚୁଟିରେ ନିଆଁ ଲାଗିଯାଇଛି। ଯାହା ପଳରେ ତାଙ୍କ କେଶ ଜଳି ଯାଇଛି । ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଭି ଷ୍ଟାର୍‌ ନିକୋଲ ରିଚି। ନିକଟରେ ସେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନ ପାଳିନ କରିବା ତାଙ୍କୁ ମହଙ୍ଗା ପଡିଛି। ନିଜ ଜନ୍ମଦିନରେ ହିଁ ତାଙ୍କ ସହ ଏଭଳି ଦୁର୍ଘଟଣା ଘଟିଛି । ପ୍ରକୃତରେ ନିଜ ଜନ୍ମଦିନରେ କେକ୍‌ କାଟିବା ପାଇଁ ନିକୋଲ ତଳକୁ ନଇଁ କ୍ୟାଣ୍ଡେଲ ଲିଭାଉଥିବା ବେଳେ  ସେହି  ସମୟରେ ତାଙ୍କ କେଶରେ ନିଆଁ ଲାଗିଯାଉଛି। ତେବେ କିଛି ବଡ ଅଘଟଣା ଘଟିବା ତାଙ୍କ ପାଖରେ ଉପସ୍ଥିତ ଥିବା ବନ୍ଧୁବାନ୍ଧବୀମାନେ ନିଆଁକୁ ଲିଭାଇ ଦେଇଥିଲେ ।

wp:html
/wp:html

ଏହି ଦୁର୍ଘଟଣାରେ ଅଭିନେତ୍ରୀ ନିକୋଲ କିଛି କ୍ଷତି ହୋଇନାହିଁ। ଏହି ସମସ୍ତ ଘଟଣାର ଭିଡିଓକୁ ନିକୋଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିସହ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ‘ମୋ ୪୦ ତମ ଜନ୍ମ ଦିନ ନିଆଁ ଲଗାଇ ଦେଇଛି।’ ନିକୋଲଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ସକ୍ରିୟ ଭାବେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଭିଡିଓରେ ନିକୋଲଙ୍କ ସ୍ୱାମୀ ଜୋଏଲ ମ୍ୟାଡେନ୍‌ ମଧ୍ୟ କମେଣ୍ଟ ଦେଇଛନ୍ତି କି, ‘ଏହା ବେଶ୍‌ ହଟ୍‌ ଥିଲା।’ ସୂଚନା ମୁତାବକ ନିକୋଲ ରିଚି ରିଆଲିଟି ସିରିଜ୍ ‘ଦି ସିମ୍ପଲ୍ ଲାଇଫ’ରୁ ଲାଇମ୍‌ ଲାଇଟ୍‌କୁ ଆସିଥିଲେ। ଏଥିରେ ତାଙ୍କୁ ପିଲାଦିନର ସାଙ୍ଗ ତଥା ହଲିଉଡର ପ୍ରସିଦ୍ଧ ଅଭିନେତା ପ୍ୟାରିସ୍ ହିଲଟନ୍‌ଙ୍କ ସହ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.