ଅପୂର୍ବ ସଂଯୋଗ: କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ, ଦେଖନ୍ତୁ ଭାଇରାଲ ଫଟୋରେ ପ୍ରକୃତିର ମାଧୁର୍ଯ୍ୟ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮: ଅନେକ ଥର ଆମ ସାମ୍ନାରେ ଅପ୍ରତ୍ୟାଶିତ ଭାବେ ବହୁତ ସୁନ୍ଦର ଦୃଶ୍ୟ ବା ଚିତ୍ର ସାମ୍ମାକୁ ଚାଲି ଆସେ। ସେହି ଦୃଶ୍ୟ ଏତେ ମନୋରମ ଏବଂ ଚିତ୍ତାକର୍ଷକ ହୋଇଥାଏ ଯେ ତା ଉପରୁ ନଜର ହଟାଇ ହୁଏ ନାହିଁ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଫଟୋ ଦେଖିଲେ ତା ଉପରୁ ନଜର ହଟାଇବାକୁ ମନ ହେଉନାହିଁ।

ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଅଧିକ ସମୟ ଲାଗେ ନାହିଁ। ଯଦି କୌଣସି ଫଟୋ କିମ୍ବା ଭିଡିଓରେ କିଛି ଅଭିନବ ଘଟଣା ଦେଖିବାକୁ ମିଳେ ତେବେ ତାହା ଶୀଘ୍ର ଭାଇରାଲ ହୋଇଥାଏ। ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏମିତି ଏକ ସୁନ୍ଦର ଫଟୋ ନଜର ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ। ଏହି ଫଟୋଟି କୌଣସି ଏକ ଘଞ୍ଚ ଜଙ୍ଗଲର। ଏହାକୁ ଦେଖିଲେ ପ୍ରକୃତିର କରିସ୍ମା ନଜର ଆସୁଛି।

wp:html /wp:html

ରାଷ୍ଟ୍ରୀୟ ପ୍ରତୀକର ଚିତ୍ର

ଫଟୋକୁ ଧ୍ୟାନରେ ଦେଖିଲେ ସେଥିରେ ଆପଣଙ୍କୁ ଦୁଇଟି ରାଷ୍ଟ୍ରୀୟ ପ୍ରତୀକ ନଜର ଆସୁଛି। ସବୁଜଭରା ଜଙ୍ଗଲରେ ଦେଶର ଜାତୀୟ ପଶୁ ବାଘ ବସିଥିବା ବେଳେ ଅନ୍ୟପଟେ ଜାତୀୟ ପକ୍ଷୀ ମୟୂର ରହିଛି। ଫଟୋକୁ ଦେଖିଲେ ଲାଗୁଛି ଉଭୟ ପରସ୍ପରକୁ ଅପଲକ ନୟନରେ ଚାହିଁଛନ୍ତି। ପ୍ରକୃତିର ଏହି ଦୃଶ୍ୟ କୌଣସି ଚିତ୍ରଠୁ କମ ନୁହେଁ।

ପ୍ରକୃତିର ଏହି ମନରୋମ ଦୃଶ୍ୟର ଫଟୋ ସୁଜାତ ମହମ୍ମଦ କ୍ଲିକ୍ କରିଛନ୍ତି। ଆଇଆଇଏସ ଅଧିକାରୀ ଅଙ୍କୁର ଲାହୋଟୀ ଏହି ଫଟୋକୁ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ପରେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ରିଟ୍ଵିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.