Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ପୋଲିସର ନିଷ୍ଠୁରତା: ୨ ମାସର ଶିଶୁକୁ ଗୋଟିଏ ହାତରେ ଟେକି ରାସ୍ତାରୁ ହଟାଇଲା, ଫଟୋ ଭାଇରାଲ

23/06/2021 at 8:22 PM

ମେରଠ, ୨୩/୦୬ : ଆଜିକାଲି ମେରଠ ପୋଲିସର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକ ପୋଲିସର କାର୍ଯ୍ୟାନୁଷ୍ଠାନର ଏବଂ ଏପରି କାର୍ଯ୍ୟାନୁଷ୍ଠାନ ଯେଉଁଥିରେ ଦୁଇ ମାସର ନିରୀହ ଶିଶୁକୁ ହାତରେ ଝୁଲାଇ ନିଆଯାଇଥିଲା ସତେ ଯେମିତି ଶିଶୁ ଜଣେ ଅପରାଧୀ। ଏହି ଫଟୋ ଭାଇରାଲ ହେବା ମାତ୍ରେ ପୋଲିସ ମଧ୍ୟ ସେମାନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦେଇଛି। ଫଟୋକୁ ଭୁଲ ଭାବରେ ଉପସ୍ଥାପିତ କରାଯାଉଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତଥାପି ଘଟଣାର ତଦନ୍ତ କରାଯିବ।

ଫୁଟପାଥରେ କିଛି ନିଶାସକ୍ତ ଲୋକଙ୍କ ଝଗଡାକୁ ନେଇ ମାମଲା ଆରମ୍ଭ ହୋଇଥିଲା। ବେଗମପୁଲରେ ମଙ୍ଗଳବାର ଦିନ ଜଣେ ଯୁବକ ମଦ୍ୟପାନ କରି ହଙ୍ଗାମା କରୁଥିଲା। ଲୋକେ ଏ ସମ୍ପର୍କରେ ସେଠାରେ ଉପସ୍ଥିତ ଟ୍ରାଫିକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କର୍ମୀ ଜଣେ ହୋମଗାର୍ଡଙ୍କ ସହ ମାମଲା ଶାନ୍ତ କରିବାକୁ ଗଲେ। କିନ୍ତୁ ଯୁବକ ଓ ଯୁବକ ସହ ଥିବା କିଛି ମହିଳା ତାଙ୍କୁ ହମଲା କରିଥିଲେ ଓ ତାଙ୍କ ୟୁନିଫର୍ମ ଫାଡ଼ି ଦେଇଥିଲେ। ସୂଚନା ପାଇ ପୋଲିସବଳ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ହେପାଜତକୁ ନେଇଥିଲେ ଓ ଭିଡ ହଟାଇଥିଲେ।

ସେଠାରେ ଥିବା ମହିଳା ଓ ଶିଶୁଙ୍କୁ ବି ପୋଲିସ ହଟେଇଥଲା। ଜଣେ ୨ ମାସର ଶିଶୁକୁ ଜଣେ ପୋଲିସ କର୍ମୀ ଗୋଟିଏ ହାତରେ ଉଠାଇ ସାଇଡ କରିଥିଲେ। ଶିଶୁଟି ବିକଳ ହୋଇ କାନ୍ଦୁଥିଲା ଓ ଶିଶୁର ମା’ ଶିଶୁକୁ ଛାଡିବାକୁ କହୁଥିଲେ। କିନ୍ତୁ ପୋଲିସ କର୍ମୀ ନ ଶୁଣି ଶିଶୁକୁ ରାସ୍ତାରୁ ଦୂର କରିଦେଇଥିଲେ।

ଘଟଣା ବେଳେ କେହି ଜଣେ ନିଜ ମୋବାଇଲରେ ଫଟୋ ଓ ଭିଡିଓ ରେକଡିଂ କରିଥିଲେ। ପରେ ତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଭିଡିଓରେ ପୋଲିସ ଅଧିକାରୀଙ୍କ ନଜର ମଧ୍ୟ ପଡିଲା। ବର୍ତ୍ତମାନ ପୋଲିସ ଅଧିକାରୀ କହିଛନ୍ତି, ଦୁଇ ପକ୍ଷର ଝଗଡାରେ ଶିଶୁ ସେଠାରେ ପଥର ମଝିରେ ଫସି ଯାଇଥିଲା। ପୋଲିସ କର୍ମୀ ଶିଶୁକୁ ସେଠାରୁ ଉଠାଇଥିଲେ | କିନ୍ତୁ ସୋସିଆଲ ମିଡ଼ିଆରେ ଏହାକୁ ଭୁଲ ତରିକାରେ ଭାଇରାଲ କରାଯାଇଛି। ତଥାପି ମାମଲାର ପୁରା ଯାଞ୍ଚ କରାଯିବ ବୋଲି ଅଧିକାରୀ କହିଛନ୍ତି।

   Related Posts