ମୋବାଇଲ ନେଇ ଉଡିଗଲା ଶୁଆ : କ୍ୟାମେରାରେ କଏଦ ହେଲା ସୁନ୍ଦର ଚିତ୍ର, ଭିଡିଓ ଭାଇରାଲ୍

Published By : Prameya-News7 Bureau | August 26, 2021 IST

ନୂଆଦିଲ୍ଲୀ ୨୬/୦୮: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଭିଡିଓଟି ହେଉଛି ଗୋଟିଏ ଶୂଆର । ଯିଏକି ଗୋଟିଏ ଯୁବକଙ୍କଠାରୁ ମୋବାଇଲ୍ ଫୋନ୍ ନେଇ ଉଡି ଯାଉଛି । ଆଉ ମୋବାଇଲ କ୍ୟାମେରା ବି ଅନ ଥିଲା । ତେଣୁ ଯେତେବେଳେ ପାରାଟି ଆକାଶରେ ଉଡ଼ିଗଲା । ଗୋଟିଏ ଭଲ ଭିଡିଓ ରେକଡିଂ ହୋଇଯାଇଥିଲା ।

ଯୁବକଟି ଶୂଆ ପଛରେ ଦୌଡେ କିନ୍ତୁ ସେ ହାରି ମାନିଯାଏ । କାରଣ ଶୁଆଟି ଉଡି ଉଡି ବହୁତ ଦୂର ଚାଲିଯାଏ । ଆଉ ପିଲାଟି ସେମିତି ଛାଡ ଉପରେ ରହିଯାଏ । ଏକ ମୋବାଇଲ୍ ନେଇ, ଏହି ଶୁଆଟି ଏକ ଦୀର୍ଘ ଯାତ୍ରା ପାଇଁ ବାହାରିଥାଏ । ଏହାକୁ ଦେଖିବା ପରେ ଅନେକ ଲୋକ ମଧ୍ୟ ତାଙ୍କ ମୋବାଇଲରେ ଭିଡିଓ ବନାଇଥାନ୍ତି । ଶୁଆଟିର ଏହି ଭିଡିଓ ଟ୍ୱିଟରରେ ବହୁତ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି । ଯେତେବେଳେ କି ୩୦,୦୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି । ଏହି ଭିଡିଓ ଦେଖିବା ପରେ ଟ୍ୱିଟରରେ ଅନେକ ଲୋକ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଉପଭୋକ୍ତା ଥଟ୍ଟା କରି ଲେଖିଛନ୍ତି ଯେ ଏହି ଶୁଆ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରେ ।

ଅନ୍ୟ ଜଣେ ଉପଭୋକ୍ତା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଲେଖିଛନ୍ତି ଯେ 'ଏହି ଭିଡିଓର ସର୍ବୋତ୍ତମ ଅଂଶ ଜଣା ନାହିଁ । ଯେ ଯୁବକ ଜଣକ କିପରି ତାଙ୍କ ଫୋନକୁ ଫେରିପାରିଲେ । ଅନ୍ୟ ଜଣେ ଉପଭୋକ୍ତା ଲେଖି ଉତ୍ତର ଦେଇଛନ୍ତି ଯେ ଭିଡିଓ ସୁଟ୍ ପାଇଁ ଆଉ ଡ୍ରୋନ୍ କଣ ଦରକାର । ଆମର ଏକ ଇକୋ-ଫ୍ରେଣ୍ଡଲି ଶୁଆ ଅଛି । ଅନ୍ୟ ଜଣେ ଲେଖିଛନ୍ତି, ଆମକୁ ମଧ୍ୟ ଡେଣା ଦରକାର !"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.