ଗୋଆ୨୪|୯: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଗୋଆର ନ୍ୟୁଡ ପାର୍ଟିର ପୋଷ୍ଟର। ଏଭଳି କାର୍ଯ୍ୟ ଗୋଆରେ ହେବାଲାଗି ଦେବ ନାହିଁ ବୋଲି ପୋଲିସ କହିଛି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୋଲସି ଧରିବା ଲାଗି ନିଜର ସବୁ ନେଟଓ୍ବାର୍କ ଲଗାଇ ଦେଇଛି।
ସୂଚନାଯୋଗ୍ୟ ଯେ, ଉତ୍ତର ଗୋଆରେ ଏକ ନ୍ୟୁଡ ପାର୍ଟି ଆୟୋଜିତ ହୋଇଥିଲା। ଏହି ପାର୍ଟିର ଭିଡିଓ ଓ ପୋଷ୍ଟର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସର ନିଦ ହଜିଯାଇଛି। ଏହି ପାର୍ଟିକୁ ବନ୍ଦ କରିବା ଲାଗି ପୋଲିସ ଚେଷ୍ଟା ଜାରି ରଖିଛି।
ଘଟଣା ସଂପର୍କରେ ପୋଲିସକୁ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ। ଏହି ପାର୍ଟିରେ ୧୦/୧୨ ଜଣ ବିଦେଶୀ ଯୁବକ ଓ ୧୦ ଯୁବତୀ ନ୍ୟୁଡ ପାର୍ଟି କରୁଥିଲେ । ଏହି ନ୍ୟୁଡ ପାର୍ଟିର ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଛି। ଏହି ଘଟଣା ପରେ ଗୋଆର ଶାସକ ଦଳର ନେତା ଓ ନେତ୍ରୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।