ଆଶ୍ଚର୍ଯ୍ୟ ! ବିଶ୍ବର ସବୁଠାରୁ ବଡ ମୁହଁ ଥିବା ମହିଳା, ଥରକରେ ପାଟିରେ ପଶିଯାଉଛି ବର୍ଗର୍, ଭିଡିଓ…

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩/୦୮ : ଆମେରିକାର ଜଣେ ଟିକଟକ୍ ଷ୍ଟାର୍ ସବୁଠୁ ବଡ଼ ପାଟି ପାଇଁ ୱାର୍ଲଡ୍ ରେକର୍ଡ ସୃଷ୍ଟି କରିଛନ୍ତି। ୩୧ ବର୍ଷୀୟ ସାମନ୍ଥା ୨.୫୬ ଇଞ୍ଚ ପର୍ଯ୍ୟନ୍ତ ପାଟି ଖୋଲି ପାରିବେ । ତାଙ୍କର ପାଟି ଏତେ ବଡ ଯେ ସେ ଏକାଥରେ ଏକ ବଡ଼ ଆପଲ୍ ପାଟିରେ ପୁରାଇପାରିବେ । ବର୍ତ୍ତମାନ ସାମନ୍ଥାଙ୍କ ନାମ ସବୁଠୁ ବଡ଼ ପାଟି ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

wp:html
/wp:html

ବୋରିଂକୁ ଦୂର କରିବା ପାଇଁ ସାମନ୍ଥା ଟିକଟକ୍ ରେ ତାଙ୍କ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ, କିନ୍ତୁ ଦେଖୁ ଦେଖୁ ତାଙ୍କ ଭ୍ୟୁଜ୍ ଲକ୍ଷ ଲକ୍ଷରେ ପହଞ୍ଚିଥିଲା। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ସବୁଠୁ ବଡ଼ ପାଟି ଖୋଲିଥିବା ମହିଳା ଭାବରେ ସାମନ୍ଥା ପ୍ରସିଦ୍ଧ ହୋଇଥିଲେ ।

ସାମନ୍ଥା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି ଅନେକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ପାଟିର ବଡ଼ ଆକାର ଦେଖାଉଥିବାର ନଜର ଆସିଛନ୍ତି। ତାଙ୍କ ପାଟି ୬.୫୨ ସେମି ପର୍ଯ୍ୟନ୍ତ ଖୋଲିପାରେ । ବର୍ତ୍ତମାନ, ସେ ଦୁନିଆର ସବୁଠାରୁ ବଡ ମାଉଥ୍ ଗ୍ୟାପ୍ ଥିବା ମହିଳାଙ୍କ ଆଖ୍ୟା ପାଇଁ ମନୋନୀତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.