କୋଭିଡ ଯୋଦ୍ଧାଙ୍କୁ ITBP ଯବାନଙ୍କ ନିଆରା ସମର୍ପଣ : ମଣ୍ଡୋଲିନର ଧୂନରେ ବଢାଇଲେ ମନୋବଳ, ଭିଡିଓ ଭାଇରାଲ

Published By : Prameya-News7 Bureau | May 19, 2021 IST

ନୂଆଦିଲ୍ଲୀ ୧୯/୫ : ସାରା ଦେଶକୁ ଅସ୍ତବ୍ୟସ୍ତ କରିଦେଇଛି କରୋନା ୨ୟ ଲହର । ତେବେ ମହାମାରୀର ଏହି ଯୁଦ୍ଧରେ ସାରଥୀ ସାଜିଛନ୍ତି କରୋନା ୱାରିୟର୍ସ । ଦିନରାତି ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେଥିପାଇଁ ତାଙ୍କ ପ୍ରତି ପ୍ରେମ ଏବଂ ସମ୍ମାନ ଆଜି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ରହିଆସିଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଭିଡିଓରେ, ଆଇଟିବିପି କନଷ୍ଟେବଳ ମେଣ୍ଡୋଲିନ ପୁରୁଣା ବଲିଉଡ ଗୀତର ସ୍ୱର ବଜାଉଥିବା ଦେଖିବାକୁ ମିଳିଛି । ଏହି କନଷ୍ଟେବଳଙ୍କ ନାମ ରାହୁଲ ଖୋସଲା । ସେ ମେଣ୍ଡୋଲିନରେ 'ହର କରମ ଅପନା କରେଗା'ର ସ୍ୱର ବଜାଇଛନ୍ତି । ଏହି ସୁନ୍ଦର ସ୍ୱରକୁ କୋଭିଡ ଯୋଦ୍ଧାମାନଙ୍କୁ ସେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଭିଡିଓ ସେୟାର ହେବାର କିଛି ସମୟ ପରେ ଭାଇରାଲ ହୋଇଥିଲା ଏବଂ ବର୍ତ୍ତମାନ ଉପଭୋକ୍ତାମାନେ କନଷ୍ଟେବଳଙ୍କୁ ପ୍ରଶଂସା କରୁଛନ୍ତି ।

ବାସ୍ତବରେ, ଏହି ଭିଡିଓଟି ମେ ୧୮ରେ ରେ ITBP ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଥିଲା । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିସହ ବିଭାଗ ଭିଡିଓରେ ଲେଖିଛି ଏବଂ କ୍ୟାପସନରେ ଲେଖିଛି ଯେ 'କନଷ୍ଟେବଳ ରାହୁଲ ଖୋସଲା ମେଣ୍ଡୋଲିନରେ କରୋନା ଭାଇରସ ପାଇଁ ଟ୍ୟୁନ୍ ଉପସ୍ଥାପନ କରିଥିଲେ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.