ମଣିଷ ଆକାରର ବାଦୁଡ଼ି : ଭୟରେ ଦୌଡ଼ି ପଳାଇଲେ ଲୋକେ

Published By : Prameya-News7 Bureau | June 29, 2020 IST

ମାନିଲା ୨୯/୬: ଏବେ ସମଗ୍ର ବିଶ୍ବରେ କରୋନାର ଆତଙ୍କ ଜାରି ରହିଛି। ଚୀନରୁ ଉତ୍ପତ୍ତିଲାଭ କରିଥିବା ଏହି ଭାଇରସ୍ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଇ ସାରିଛି। ଏହି ଭାଇରସ୍ ବିଷୟରେ ଆରମ୍ଭରୁ ଚର୍ଚ୍ଚା ହେଉଛି ଯେ କ’ଣ ଏହା ବାଦୁଡ଼ିରୁ ଉତ୍ପତ୍ତି ହୋଇଛି ନା ଆଉ କେଉଁଠୁ? ଏହି ସମୟରେ ଫିଲିପାଇନସରେ ଏତେ ବଡ଼ ଆକାରର ବାଦୁଡ଼ି ଦେଖି ଲୋକେ ଡରି ଯାଇଛନ୍ତି।

{"id":293250,"width":591,"height":521,"sizeSlug":"large"}

ଫିଲିପାଇନ୍ସରେ ଏହି ବାଦୁଡ଼ି ଦେଖାଯାଇଛି। ଜଣଙ୍କ ଘର ସାମନାରେ ଓଲଟା ଝୁଲିଥିବା ଏହି ବିଶାଳକାୟ ବାଦୁଡ଼ି ସମସ୍ତଙ୍କୁ ଡରାଉଛି। ଏହା ପାଖାପାଖି ୬ଫୁଟର ହେବ।

{"id":293252,"sizeSlug":"large"}

ସୋସିଆଲ୍ ମିଡିଆରେ ଏହାର ଫଟୋ ଭାଇରାଲ ହେଉଛି। @AlexJoestar622 ନାମକ ଟ୍ବିଟର ୟୁଜର ଏହି ବାଦୁଡ଼ିର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଫିଲିପାଇନ୍ସରେ ଏତେ ବଡ଼ ଆକାରର ବାଦୁଡ଼ି ଦେଖିବାକୁ ମିଳିଥାଏ।

{"id":293253,"sizeSlug":"large"}

ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ସମସ୍ତ ଟ୍ବିଟର ୟୁଜର ଏହାକୁ ଭୟଙ୍କର ବୋଲି କହିଛନ୍ତି। ଏହାକୁ ଦେଖି ଲୋକେ ଡରି ଯାଇଛନ୍ତି। କେତେ ଜଣ ଏହା ମଧ୍ୟ କହିଛନ୍ତି ଯେ ଏଠାରେ ଏପରି ଧରଣର ବାଦୁଡ଼ି ଦେଖାଯାଇଥାଏ।

{"id":293254,"width":593,"height":457,"sizeSlug":"large"}

କେତେକ ୟୁଜର୍ସ ଏହାକୁ ଭୟଙ୍କର କରୋନା ଭାଇରସ୍ ସହ ଯୋଡ଼ିଛନ୍ତି। ଏପରି ଆକାରର ଅନେକ ବାଦୁଡ଼ିର ଫଟୋ ଲୋକେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ଲାଗିଥିଲେ।

{"id":293266,"width":591,"height":470,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.