ହାଇକୋର୍ଟଙ୍କ ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତି ରଦ୍ଦକୁ ନେଇ ଅଭିଭାବକ ଖୁସି ଭାଇରାଲ୍‌ ବୟ ବି ଖୁସି

Published By : Prameya-News7 Bureau | May 04, 2021 IST

ବାଲିପାଟଣା, ୦୪/୦୫: ମାନ୍ୟବର ହାଇକୋର୍ଟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକମାନେ ବେଶ ଖୁସିଥିବା ଜଣାପଡ଼ିଛି । ସ୍କୁଲ ଉଠିଯାଉଥିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ଦେଇଥିବା ଭାଇରାଲ୍ ବୟ ତ୍ରୈଲୋକ୍ୟ ରାୟ ନିଜ ସାଙ୍ଗ ସାଥି ମାନଙ୍କ ସହ ସ୍କୁଲରେ ପହଁଞ୍ଚି ବେଶ୍ ଖୁସି ମନାଇଛନ୍ତି ।

ମାନ୍ୟବର ହାଇକୋର୍ଟଙ୍କୁ ସେ ଧନ୍ୟବାଦ ଦେବା ସହ ଓଡ଼ିଶା ଅଭିଭାବକ ସଂଘ ଏବଂ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ବୋଲି ତ୍ରୈଲୋକ୍ୟ କହିଛନ୍ତି । ବିଦ୍ୟାଳୟର ଅଭିଭାବକ ମାନେ ମଧ୍ୟ ଖୁସି । ପିଲାମାନଙ୍କର ସ୍କୁଲ ଅନ୍ୟ ସ୍କୁଲ୍‌ରେ ମିଶ୍ରଣ ହେବାରୁ ବଞ୍ଚି ଯାଇଥିବାରୁ ଧନ୍ୟବାଦ୍ ଦେଇଛନ୍ତି ଅଭିଭାବକ ।

wp:embed {"url":"https://www.youtube.com/watch?v=Xv_C6DhOICI\u0026t=2s","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=Xv_C6DhOICI&t=2s
/wp:embed

ସୂଚନାଥାଉକି, ସରକାର ଯେଉଁ ସ୍କୁଲ୍‌ ଗୁଡ଼ିକରେ କମ୍‌ ପିଲା ରହିଛନ୍ତି ସେହି ସ୍କୁଲ୍‌ ଗୁଡ଼ିକୁ ଅନ୍ୟ ସ୍କୁଲ୍‌ରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମଧ୍ୟ ବିରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.