ବିନୋଦ ଏବେ କେଉଁଠି ? ସ୍ତ୍ରୀର ପ୍ରେମିକ କରିଛି ପଣବନ୍ଦୀ, ଅଡିଓରେ ସାଙ୍ଘାତିକ ତଥ୍ୟ

Published By : Prameya-News7 Bureau | June 11, 2020 IST

ସାଲେପୁର ୧୧।୦୬: କିଶନନଗର ବିନୋଦ ମଣ୍ଡଳ ନିଖୋଜ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ । ଟେଲିଫୋନ୍‌ ବାର୍ତ୍ତାଳପର ଅଡିଓରେ ରହିଛି ସାଙ୍ଘାତିକ ତଥ୍ୟ । ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଛି ଏହି ଅଡିଓ । ଏଥିରୁ ମନେହେଉଛି,  ପ୍ରେମଜନିତ କାରଣରୁ ବିନୋଦ ମଣ୍ଡଳଙ୍କୁ ଅପହରଣ କରାଯାଇଛି । ଅପହରଣକାରୀ ହେଉଛନ୍ତି ବିନୋଦଙ୍କ ଶ୍ୱଶୁର ଘରର ସମ୍ପର୍କୀୟ  ଜଣେ ଯୁବକ । ତେବେ ସବୁଠୁ ସାଙ୍ଘାତିକ କଥାଟି ହେଲା , ଅପହରଣକାରୀ ଯୁବକ ହେଉଛନ୍ତି ବିନୋଦଙ୍କ ପତ୍ନୀଙ୍କର ପୂର୍ବତନ ପ୍ରେମିକ । ସେ  ପ୍ରେମ ଏକତରଫା  କି ନା ତାହା ସ୍ପଷ୍ଟ ହୋଇନାହିଁ । ଅପରହରଣକାରୀ ଯୁବକ ବେଶ୍‌ ଚାଲାକ ଭାବେ ବିଭିନ୍ନ ଫୋନ୍‌ରୁ ବିନୋଦ, ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ମେସେଜ୍‌ ଦେଉଥିଲେ । ଏପରିକି ବିନୋଦଙ୍କୁ ପଣବନ୍ଦୀ ରଖି , ସେଇ ଫୋନ୍‌ରୁ ମେସେଜ ଦେଇ ପୋଲିସର ତଦନ୍ତକୁ ଗୋଳମାଳିଆ କରିଛନ୍ତି । ଅପହରଣକାରୀ ଯୁବକ ଓ ତାଙ୍କର ଜଣେ ବନ୍ଧୁ ବିନୋଦଙ୍କୁ ଅପହରଣ କରି ନେଇ ଏକ ଅଜଣା ସ୍ଥାନରେ ରଖିଥିବା ଏହି ଅଡିଓରୁ ବୁଝାପଡିଛି । ଅଡିଓଟି ବିନୋଦଙ୍କ ଶାଶୁ ଏବଂ ବିନୋଦଙ୍କ ସାନଭାଇଙ୍କ ବାର୍ତ୍ତାଳପ ବୋଲି ମନେ ହେଉଛି ।  ଏହି ଅଡିଓର ଯାଞ୍ଚ ସହ ସେହି ଦିଗରେ ପୋଲିସ ତଦନ୍ତ କଲେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିବ ବୋଲି ଆଶା । ମାମଲାଟି ଉଭୟ କିଶନନଗର ଓ ଜଗତପୁର ଥାନା ଅଞ୍ଚଳର । ଏଥିମଧ୍ୟରେ ବିନୋଦଙ୍କ ବାଇକ ଜଗତପୁର ଗୋଲେଇ ଛକରୁ ମିଳିଛି । କିନ୍ତୁ ବିନୋଦ କିମ୍ବା ତାଙ୍କ ମୋବାଇଲର ପତ୍ତା ମିଳିନାହିଁ । ଅଡିଓରେ ଥିବା ସାଙ୍ଘାତିକ ତଥ୍ୟକୁ ଯାଞ୍ଚ କଲେ ନିଶ୍ଚୟ ସମ୍ପୂର୍ଣ୍ଣ ଘଟଣାରୁ ପରଦା ହଟିବ । କିଏ କାହାକୁ ଓ କାହିଁକି ପଣବନ୍ଦୀ କରି ରଖିଛି । ଏହି ଅଡିଓ ଶୁଣିଲେ ଆପଣ ବୁଝିପାରିବେ …

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.