ମହଙ୍ଗା ପଡିଲା ନିଜେ ଭାଇରାଲ କରିଥିବା ଭିଡ଼ିଓ- ଗିରଫ ହେଲା ବାଲି ମାଫିଆ

Published By : Prameya-News7 Bureau | September 26, 2019 IST

ଝାରସୁଗୁଡା ୨୬।୦୯- ମହଙ୍ଗା ପଡିଲା ଭାଇରାଲ ଭିଡ଼ିଓ।ଟ୍ରାଫିକ ନିୟମକୁ ଉଲଂଘନ କରି ବଳପୂର୍ବକ ଟ୍ରକକୁ ସହର ଭିତରେ ନେବା ବେଳେ ଟ୍ରାଫିକ କନେଷ୍ଟବଳ ଅଟକାଇଥିଲେ । ଟ୍ରକ ମାଲିକ ଘଟଣାସ୍ଥଳରେ ପହଞ୍ଚି କର୍ତବ୍ୟରତ ପୋଲିସକୁ ଗାଳି ଦେଇ ଗିରଫ ହୋଇଛି । ସୌରଭ ପଟେଲ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ମୁହଁ ଫୁଟାଣି ମାରିଥିଲା ବାଲି ମାଫିଆ ସୌରଭ ପଟେଲ । ବାଲି ମାଫିଆ ସୌରଭ ପଟେଲ ଝାରସୁଗୁଡା ଥାନା ଅଧିକାରୀ ସମେତ ଏସପି କୁ ଅଶ୍ଳୀଳ ଭାଷା ରେ ଗାଳି କରୁଥିବା ବେଳେ ଭିଡିଓ ସୁଟିଂ କରିଥିଲା । ଏହା ସହ ଜଣେ କାର୍ଯ୍ୟରତ କନେଷ୍ଟବଳକୁ ଲାଞ୍ଚ ଯାଚିଥିଲା । ସହ ନିଜେ ଭିଡିଓ ରେକର୍ଡିଂ କରି ସୋସିଆଳ୍‌ ମିଡିଆରେ ଭାଇରାଲ କରିଥିଲା ।
ଏହି ଘଟଣା ଗତ ସୋମବାର ରାତିରେ ଝାରସୁଗୁଡା ସହର ବଢ଼େଇମୁଣ୍ଡା ଛକରେ ଘଟିଥିଲା । ଆଜି ଝାରସୁଗୁଡା ପୋଲିସ ସୌରଭ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି ଏ ବିଷୟରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.