କାହିଁକି ଫିଲ୍ମ ‘ୱକ୍ତ’ ପାଇଁ ଫି' ନେବାକୁ ଚାହୁଁ ନଥିଲେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ?

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୦୪: ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ୱକ୍ତ: ଦ ରେସ୍ ଏଗେନଷ୍ଟ ଟାଇମ୍'କୁ ରିଲିଜ୍ ହେବାକୁ ୧୬ ବର୍ଷ ପୁରିଗଲାଣି । ଭିପୁଲ ଶାହାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ଏବଂ ଅକ୍ଷୟ ବାପ-ପୁଅ ଭୂମିକାରେ ଅଭିନୟ କରିଥିଲେ । ଗତକାଲି ଫିଲ୍ମର ୧୬ ବର୍ଷ ପୂର୍ତ୍ତି ଅବସରରେ ଫିଲ୍ମ ନିର୍ମାତା ବିପୁଲ ଶାହା ଅମିତାଭ-ଅକ୍ଷୟ କୁମାରଙ୍କ ସହ ଜଡିତ କିଛି କଥା ସେୟାର କରିଛନ୍ତି ।

{"width":662,"height":372}
akshay kumar  amitabh bachchan

ସୂଚନା ଅନୁଯାୟୀ, ଭିପୁଲ ଶାହା ଫିଲ୍ମ ନିର୍ମାଣରୁ ଏକ ଆକର୍ଷଣୀୟ କଥା ସେୟାର କରିଛନ୍ତି । ଭିପୁଲ କହିଛନ୍ତି ଯେ ଫିଲ୍ମ 'ଆଙ୍ଖେ' ତିଆରି କରୁଥିବାବେଳେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଏବଂ ଆତିଷ କାପଡିଆଙ୍କ ସହ ସେ ଏକ ସ୍କ୍ରିପ୍ଟ ବିଷୟରେ ଆଲୋଚନା କରିଥିଲେ । ସମସ୍ତେ ଏହି କାହାଣୀକୁ ବହୁତ ପସନ୍ଦ କରିଥିଲେ । ଏହା ପରେ ଆମେ ଏହି ଫିଲ୍ମ ନିର୍ମାଣ କରିବାକୁ ସ୍ଥିର କରିଥିଲୁ ।

ଭିପୁଲ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ଅମିତାଭ ଏବଂ ଅକ୍ଷୟଙ୍କୁ ଏହି ଫିଲ୍ମ ସହିତ ନିର୍ମାତା ହେବାର ସୂଚନା ଦେଇଥିଲି ଜଣାଇଥିଲି, ସେତେବେଳେ ଉଭୟେ ସେମାନଙ୍କ ଫିସ୍ ନେବାକୁ ମନା କରିଥିଲେ, କିନ୍ତୁ ମୁଁ ଏବଂ ମୋର ବନ୍ଧୁ ମନମୋହନ ଶେଟ୍ଟୀ ଏଥିରେ ସହମତ ହୋଇନଥିଲୁ ଏବଂ ସେମାନଙ୍କୁ ପାରିଶ୍ରମିକ ଦେଇଥିଲୁ କିନ୍ତୁ ଏହା ଏକ ହୃଦୟକୁ ଛୁଇଁଗଲା ଭଳି ମୁହୂର୍ତ୍ତ ଥିଲା ଯେ ଏତେ ବଡ ସୁପରଷ୍ଟାର ମୋ ପାଖରେ ଠିଆ ହୋଇଥିଲେ ଏବଂ ତାଙ୍କର ଫିସ୍ ନ ନେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ।

{"width":662,"height":372}
Big B, Akshay Kumar were willing to waive off their fees in Waqt: The Race  Against Time - Movies News

ଫିଲ୍ମ 'ୱକ୍ତ: ଦ ରେସ୍ ଏଗେନଷ୍ଟ ଟାଇମ୍' ୨୦୦୫ ମସିହାରେ ରିଲିଜ୍ ହୋଇଥିଲା ​​। ଏହି ଫିଲ୍ମରେ ଅମିତାଭ ଏବଂ ଅକ୍ଷୟଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା, ଶେଫାଲୀ ଶାହା, ରାଜପାଲ ୟାଦବ ଏବଂ ବୋମନ ଇରାନୀ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.