ଫ୍ଲାଇଟରେ ଘଟିଲା ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା,ଫ୍ଲାଇଟର ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍ : ୧୦ଯାତ୍ରୀ ଗୁରୁତର

Published By : Prameya-News7 Bureau | June 18, 2019 IST

ଏକ ଆନ୍ତର୍ଜାତୀୟ ଫ୍ଲାଇଟରେ ଯାତ୍ରୀଙ୍କୁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ହଠାତ୍ ଫ୍ଲାଇଟ୍ ବିପଦଜନକ ଅବସ୍ଥାରେ ହଲିବାକୁ ଲାଗିଥିଲା ଏବଂ ଗରମ ପାଣି ସର୍ଭ କରୁଥିବା ଜଣେ ଏୟାରହୋଷ୍ଟେସ୍ ସିଧା ଫ୍ଲାଇଟର ଛାତରେ ଧକ୍କା ହେଲେ। ଗରମ ପାଣି ଯାତ୍ରୀଙ୍କ ଶରୀରରେ ପଡ଼ିଯାଇଥିଲା।

{"id":124566,"width":595,"height":334}

ଏହି ଘଟଣା କୋସୋଭୋରୁ ସ୍ବିଜରଲ୍ୟାଣ୍ଡ ଯାଉଥିବା ଏଏଲକେ ଏୟାରଲାଇନ୍ସ ଫ୍ଲାଇଟରେ ଘଟିଛି। ଫ୍ଲାଇଟରେ ଏତେ ମାତ୍ରାରେ ବାଧା ଉପୁଜିଥିଲା ଯେ ଏହା ଦ୍ବାରା ବିମାନଯାତ୍ରୀମାନେ ମଧ୍ୟ ଆହତ ହୋଇଥିଲେ।

ବିମାନ ଲତେ ଜୋରରେ ହଲିବାକୁ ଲାଗିଥିଲା ଯେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଲ୍ୟାଣ୍ଡିଙ୍ଗ ପରେ ହସ୍ପିଟାଲ ନିଆଯାଇଥିଲା।

{"id":124567,"width":596,"height":397}

ଜଣେ ଯାତ୍ରୀ କହିଥିଲେ ଯେ ଟେକଅଫ ପରେ ପାଖାପାଖି ଅଧ ଘଣ୍ଟା ପରେ ହିଁ ସ୍ଥିତି ଖରାପ ହୋଇଯାଇଥିଲା ଏବଂ ୫ମିନିଟ୍ ଯାଏଁ ଯାତ୍ରୀଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରିଥିଲେ। ଜଣେ ଯାତ୍ରୀଙ୍କ ମୁଣ୍ଡରୁ ରକ୍ତ ବୋହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.