Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ନୂଆ ସଦସ୍ୟ ତାଲିକା ନେଇ ଓସିଏରେ ବିଦ୍ରୋହର ସ୍ବର

21/09/2018 at 7:34 PM

କଟକ୨୧|୯: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏରେ ବିଦ୍ରୋହ । ସାଧାରଣ ପରିଷଦର ବିନା ଅନୁମୋଦନରେ କେମିତି ତିଆରି ହେଲା ସଂଶୋଧିତ ଭୋଟର ତାଲିକା । ଏହାକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ବା ଓସିଏରେ ଆରମ୍ଭ ହୋଇଛି ଘମାସାନ । କିଏ କେଉଁ ଅଧିକାରରେ ଏଭଳି କରିଛି ବୋଲି ପୁରୁଣା ସଦସ୍ୟମାନେ ପ୍ରଶ୍ନ କରୁଥିବା ବେଳେ ମୁହଁ ଖୋଲୁନାହାନ୍ତି ଓସିଏର କାର୍ଯ୍ୟ ନିର୍ବାହୀ ଅଧିକାରୀ । …. ଓସିଏର ପୁରୁଣା ସଦସ୍ୟ ପ୍ରଦୀପ ଚୌହାନ୍, ସଂଜୀବ ଦତ୍ତ ଆଜି ଗଣମାଧ୍ୟମରେ ଅସଂତୋଷ ପ୍ରକାଶ କରିଛନ୍ତି। ଲୋଧା କମିଟି ସୁପାରିଶ ଅନୁସାରେ କ୍ରିକେଟ ସଂଗଠନ ଗୁଡ଼ିକରେ ସଂସ୍କାର ଅଣାଯାଇଛି । କମିଟିର ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପୁରୁଣା କମିଟିକୁ ଭାଙ୍ଗି, ଏକ କାମଚଳା କମିଟି ଗଠନ କରାଯାଇଛି । ଲକ୍ଷ୍ୟ ଥିଲା ନୂଆ ସଦସ୍ୟଙ୍କ ସାନି ତାଲିକା ପ୍ରସ୍ତୁତ କରାଯିବ ଆଉ ସିସିଆଇର ନିର୍ଦେଶ ଆସିବା ପରେ ନିର୍ବାଚନ କରାଯିବ । ହେଲେ ଏବେ ଓସିଏ ଦ୍ବାରା ଅନୁବନ୍ଧିତ ସମସ୍ତ ଜିଲ୍ଲା ସଂଗଠନ ଗୁଡ଼ିକୁ ନେଇ ସଂଶୋଧିତ ଭୋଟର ତାଲିକା ପ୍ରକାଶ କରାଯାଇଥିବା ଏବଂ ଏଥିରେ ବିଭିନ୍ନ କ୍ଲବ, ସ୍କୁଲ ଆଦିକୁ ସଦସ୍ୟତାରୁ ବଂଚିତ କରାଯାଇଥିବା ଜଣାପଡ଼ିବା ପରେ ତାତିଛନ୍ତି ପୁରୁଣା ସଦସ୍ୟ । ନିର୍ବାଚନକୁ ଆଖି ଆଗରେ ରଖି ଏମିତି କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଓସିଏରେ ଗୋଟେ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । କିନ୍ତୁ ଏ ସମ୍ପର୍କରେ ଓସିଏ ସଭାପତି ଧୀରେନ୍ ପଲେଇ କହୁଛନ୍ତି ସବୁ କିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ହୋଇଛି । ଓସିଏରେ ଏଭଳି ଅବସ୍ଥା ଓ ବ୍ୟବସ୍ଥା ସମ୍ପର୍କରେ ଏକଜୁଟ୍ ହେବାକୁ ଯୋଜନା କରିଛନ୍ତି ଅସନ୍ତୁଷ୍ଟ ସଦସ୍ୟ । ଲାଗୁଛି ଆଗକୁ ଓସିଏରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।

   Related Posts