ମାଛ ଧରିବେ ବୋଲି କରୋନା କଟକଣାକୁ ଫୁ କରି ଦେଲେ ଗ୍ରାମବାସୀ, ବିନା ମାସ୍କ ଏବଂ ସାମାଜିକ ଦୂରତାକୁ ଭୁଲି ଗୋଟିଏ ସ୍ଥାନରେ ହେଲେ ରୁଣ୍ଡ

Published By : Prameya-News7 Bureau | August 18, 2020 IST

ଗଞ୍ଜାମ୧୮/୮: ସାରା ବିଶ୍ବରେ କରୋନା ଆତଙ୍କ ସୃଷ୍ଟି କରିଛି।  ରାଜ୍ୟରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କରୋନା ନିୟନ୍ତ୍ରଣ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ବାରମ୍ବାର ସଟଡାଉନ୍ ଏବଂ ଲକଡାଉନ୍‌ କଟକଣା ଜାରି ରଖିଛନ୍ତି।

{"id":316606,"sizeSlug":"large"}

କିନ୍ତୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ​  ବ୍ଲକ୍ ରାଳବ ଗ୍ରାମରେ କିଛି ବ୍ୟକ୍ତି ମାଛ ଧରିବେ ବୋଲି କୋଭିଡ୍ କଟକଣାକୁ ଫୁ କରି  ଦେଇଛନ୍ତି। ଏଠାରେ ଆଜି କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବିନା ମାସ୍କ୍ ଓ ସାମାଜିକ ଦୂରତା ଭୁଲି ଶହ ଶହ ଲୋକଙ୍କୁ ଏକାଠି କରି ରାଳବ ଗ୍ରାମ ସ୍ଥିତ ପୁରୁଣା ବନ୍ଧରେ ମାଛ ଧରୁଥିବାର ଦେଖିବାକୁ ମିଳିଛି । କାହା ମୁହଁରେ ମଧ୍ୟ ମାସ୍କ  ବି ନାହିଁ। କେବଳ ମତ୍ସ୍ୟଜୀବିମାନେ  ମାଛ ଧରି ବିକ୍ରି ପାଇଁ ସରକାରଙ୍କ ଅନୁମତି ରହିଛି। କିନ୍ତୁ ଏଠି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ ସମସ୍ତେ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳିଛି।

ସରକାରଙ୍କ ସଚେତନତାକୁ ଫୁ କରି ଦେଇଛନ୍ତି ଏମାନେ। ଏଠି ପ୍ରଶ୍ନ ଉଠୁଛି ଯେ ଏତେ ଗହଳିକୁ କେମିତି ଜାଣି ପାରୁନି ଜିଲ୍ଲା ପ୍ରଶାସନ। ସେଠାକାର ସରପଞ୍ଚ ହୁଅନ୍ତୁ କିମ୍ବା ନୋଡ଼ାଲ ଅଫିସ କଣ କରୁଛନ୍ତି। କାହିଁକି ଏମିତି ଚିତ୍ର  ସାମ୍ନାକୁ ଆସିଛି। ତେବେ ଜିଲ୍ଲା ପ୍ରଶାସନ ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନ ଜିଲ୍ଲା ପୋଲିସର କୋଭିଡ ନିୟମକୁ କେମିତି  କଡାକଡି କରାଯାଉଛି। ଏହି ଚିତ୍ର ହିଁ ବୟାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.