Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଭାଇଚାରାର ଜୀବନ୍ତ ଦୃଷ୍ଟାନ୍ତ : ମନ୍ଦିରକୁ ହିଂସା ଘଟଣାରୁ ରକ୍ଷା କରିବା ପାଇଁ ହ୍ୟୁମନ ଚେନ୍ ତିଆରି କଲେ ମୁସଲମାନ ଯୁବକ

12/08/2020 at 11:12 AM

ବେଙ୍ଗାଲୁରୁ ୧୨/୦୮ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ପୁଲାକେଶୀ ନଗରରେ ମଙ୍ଗଳବାର ରାତିରେ ଲୋକେ ପୋଲିସ ଥାନା ଓ କଂଗ୍ରେସ ବିଧାୟକଙ୍କ ବାସଭବନକୁ ଭାଙ୍ଗଭଙ୍ଗୀ କରିଛନ୍ତି | ବିଧାୟକଙ୍କ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସୋସିଆଲ ମିଡ଼ିଆରେ ସାମ୍ପ୍ରଦାୟିକ ମୁଦ୍ଦା ସହ ଜଡିତ ଏକ ପୋଷ୍ଟ ସେୟାର କରିବା ପରେ ଏହି ଘଟଣା ଘଟିଥିଲା | ପୋଲିସ କହିବାନୁଯାୟୀ, ଅନେକ ସଂଖ୍ୟକ ଲୋକେ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ବାସଭବନ ନିକଟରେ ଜମା ହୋଇ ଭଙ୍ଗାରୁଜା କରିଥିଲେ ଏବଂ ସେଠାରେ ଥିବା ଗାଡିଗୁଡିକୁ କ୍ଷତିଗ୍ରସ୍ତ କରିଦେଇଥିଲେ | ଏହାପରେ ପୋଲିସ ଥାନାକୁ ଟାର୍ଗେଟ କରିଥିଲେ |

ଏହି ହିଂସା ଘଟଣାରେ ଲୋକେ ଏକ ମନ୍ଦିରକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ କିଛି ଲୋକେ ମନ୍ଦିର ସମ୍ମୁଖରେ ଦୃଢ ଭାବେ ଛିଡା ହୋଇ ରହିଲେ ଏବଂ ମନ୍ଦିରର କୌଣସି ପ୍ରକାର କ୍ଷତି ହେବାକୁ ଦେଇନଥିଲେ | ଏହାର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହିଭଳି ଏକ ୧୯ ସେକେଣ୍ଡର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଲୋକେ ପ୍ରଶଂସା କରିଛନ୍ତି |

ହିଂସା ଘଟଣାରେ ସାମିଲ ହୋଇଥିବା ଲୋକେ ମନ୍ଦିରକୁ ଭଙ୍ଗାରୁଜା କରିବାକୁ ଆଗକୁ ବଢୁଥିବା ଭିଡିଓରେ ଦେଖିବାକୁ ମିଳିଛି | କିନ୍ତୁ କିଛି ମୁସଲମାନ ଯୁବକ ହ୍ୟୁମନ ଚେନ ତିଆରି କରି ସେମାନଙ୍କୁ ଅଟକାଇଥିଲେ, ମନ୍ଦିରକୁ କ୍ଷତିଗ୍ରସ୍ତ ହେବାରେ ରୋକିଥିଲେ | ଏପରିକି ଏହି ମୁସଲମାନ ଯୁବକମାନେ କହୁଛନ୍ତି ‘ଆଲ୍ଲା କେ ବାସ୍ତେ ଐସା ନା କରେଁ’ ଯାହା ଭିଡିଓରେ ସ୍ପଷ୍ଟ ଶୁଣିବାକୁ ମିଳିଛି |

ଜଣେ ବ୍ୟକ୍ତି ନିଜକୁ ବିଧାୟକଙ୍କ ସମ୍ପର୍କୀୟ କହି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯାହାକୁ ନେଇ ଏକ ସମ୍ପ୍ରଦାୟର ଲୋକେ କ୍ରୋଧିତ ହୋଇଯାଇଥିଲେ | ଏହାପରେ ଏହି ହିଂସା ଘଟଣା ଘଟିଥିଲା | ବିଧାୟକ ସେହି ସମ୍ପ୍ରଦାୟର ଲୋକଙ୍କୁ ହିଂସା ନ କରିବାକୁ ଅପିଲ କରିଥିଲେ | ସେ ଭିଡିଓ ସନ୍ଦେଶ ମାଧ୍ୟମରେ କହିଛନ୍ତି ଯେ, ମୁଁ ମୁସଲମାନ ଭାଇମାନଙ୍କୁ ଅପିଲ କରୁଛି ଯେ କିଛି ଉପଦ୍ରବଙ୍କ ଭୁଲକୁ ନେଇ ଆମକୁ ହିଂସାରେ ସାମିଲ ହେବା ଊଛୀନେ ନୁହେଁ | ଲଢେଇ ଝଗଡାର କୌଣସି ଆବଶ୍ୟକତା ନାହିଁ | ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ମିଳିବ | ଆମେ ଆପଣମାନଙ୍କ ସହିତ ଅଛୁ | ମୁଁ ମୋର ମୁସଲମାନ ବନ୍ଧୁମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରୁଛି |’

   Related Posts