ପୁଣି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ବିଜେପି ଓ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | May 12, 2019 IST

ଆଜି ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଆଜି ୭ଟି ରାଜ୍ୟର ୫୯ ଆସନ ପାଇଁ ମତଦାନ ଚାଲିଛି । ଆଜି ପଶ୍ଚିମବଗଂର ୮ଟି ଆସନ ପାଇଁ ମତଦାନ ଚାଲିଛି । ମତଦାନ ଆରମ୍ଭ ହେବା ପୂର୍ବରୁ ବିଜେପିର ଜଣେ ବୂଥ କର୍ମୀଙ୍କୁ ହତ୍ୟା କରାଯାଇଛି । ଘଟଣା ପଶ୍ଚିମବଗଂ ଝାରଗ୍ରାମ ଅଞ୍ଚଳରେ ଘଟିଛି । ମୃତକ ହେଲେ ରାମେନ ସିଂହ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଛଡା ତୃଣମୂଳ କଂଗେସର ଜଣେ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ ମୃତଦେହ ମିଳିଛି । ଏହାଛଡା ତୃଣମୂଳ କଂଗ୍ରେସର ୨ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

{"id":111075}

ପଶ୍ଚିମବଙ୍ଗରେ ସବୁବେଳେ ନିର୍ବାଚନ ସମୟରେ ହିଂସା ଦେଖିବାକୁ ମିଳିଥାଏ । ପ୍ରତ୍ୟକ ମତଦାନ ବେଳେ ଏଠାରେ ହିଂସା ଘଟଣା ଘଟିଥାଏ । ପଶ୍ଚିମବଙ୍ଗ ମିଦନାପୁରରେ ତୃଣମୂଳ କଂଗ୍ରେସର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.