ଭୋଟିଂ ବେଳେ ହିଂସା : ଭୋଟରଙ୍କୁ ଡ଼ରାଇବା ପାଇଁ ବୁଥ ନିକଟରେ ଦେଶୀ ବୋମା ବିସ୍ଫୋରଣ କଲେ ଦୁର୍ବୁତ୍ତ

Published By : Prameya-News7 Bureau | April 23, 2019 IST

କୋଲକାତା ୨୩/୪ : ପଶ୍ଚିମବଙ୍ଗରେ ହେଉଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ହଙ୍ଗାମା ସୃଷ୍ଟି କରିଛନ୍ତି ଦୁର୍ବୁତ୍ତ | ଆଜି ମତଦାନ ବେଳେ ମୁର୍ଶିଦାବାଦର ରାଣୀନଗର ଅଂଚଳରେ ଦୁର୍ବୁତ୍ତମାନେ ପୁଲିଂ ବୁଥ ନିକଟରେ ଦେଶୀ ବୋମା ବିସ୍ଫୋରଣ କରି ଭୋଟରଙ୍କୁ ଡ଼ରାଇବାକୁ ଚେଷ୍ଟା କରିଥିଲେ | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଭୋଟରଙ୍କୁ ଡ଼ରାଇବାକୁ ଚେଷ୍ଟା କରାଯାଇଛି | ସକାଳ ୭ଟାରେ ଭୋଟ ଆରମ୍ଭ ହୋଇଥିଲା | ଭୋଟ ଆରମ୍ଭ ହେବ ମାତ୍ରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା | କିନ୍ତୁ କିଛି ସମୟରେ ମାହୋଲ ପୁରା ବଦଳି ଯାଇଥିଲା | ଅଚାନକ ପୁଲିଂ ବୁଥ ନିକଟରେ ହିଂସା ଦେଖିବାକୁ ମିଳିଥିଲା |

{"id":106369}


ପ୍ରଥମେ ମୁର୍ଶିଦାବାଦର ଡୋମାକାଳ ଅଂଚଳରେ ହିଂସା ଦେଖିବାକୁ ମିଳିଥିଲା | ସେଠାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା | ଗୋଷ୍ଠୀ ସଂଘର୍ଷରେ ତୃଣମୂଳ କଂଗ୍ରେସର ୩ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି | ଏହାପରେ ରାଣୀନଗର ଅଂଚଳରେ ୪୭-୪୮ ନମ୍ବର ବୁଥ ନିକଟରେ କିଛି ଦୁର୍ବୁତ୍ତ ଦେଶୀ ବୋମା ଫୋପାଡ଼ିଥିଲେ | ଏମାନେ ଭୋଟରଙ୍କୁ ଡ଼ରାଇବା ପାଇଁ ଦେଶୀ ବୋମା ବିସ୍ଫୋରଣ କରିଥିଲେ | କାରଣ ସେମାନେ ଚାହୁଁଥିଲେ ଭୋଟର ଭୋଟ ନଦେଇ ଘରକୁ ଫେରିଯାଆନ୍ତୁ | ଏହି ଦୁର୍ବୁତ୍ତମାନେ ବୁଥ ନିକଟରେ ବୋମା ଫୋପାଡ଼ି ଫେରାର ହୋଇଯାଇଥିଲେ | ତେବେ ଏମାନେ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

{"id":106371}


ଲଗାତାର ବୁଥ ନିକଟରେ ହିଂସା ଦେଖାଦେବା ଫଳରେ ବୁଥ ନିକଟରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି | ରାଣୀନଗର ଛଡା ମାଲଦା ଅଂଚଳରେ ମଧ୍ୟ ହିଂସା ଦେଖାଦେଇଛି | ମାଲଦା ଅନ୍ତର୍ଗତ ଛାଞ୍ଚଲ ଅଂଚଳରେ କିଛି ଜାଗାରେ ବୋମା ବିସ୍ଫୋରଣ ହୋଇଛି | ବୁଥ ନମ୍ବର ୨୧୬କୁ ଏଠାରେ ଟାର୍ଗେଟ କରାଯାଇଛି |

{"id":106372}


ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ହୋଇଥିବା ସମସ୍ତ ପର୍ଯ୍ୟାୟ ନିର୍ବାଚନରେ ହିଂସା ଘଟଣା ସାମ୍ନାକୁ ଆସିଛି | ମମତା ସରକାର ଗଣତନ୍ତ୍ରର ହତ୍ୟା କରୁଥିବା ବିଜେପି ସବୁବେଳେ ଅଭିଯୋଗ କରିଆସୁଛି | ଅପରପକ୍ଷରେ ତୃଣମୂଳ କଂଗ୍ରେସ ମଧ୍ୟ ଅମିତ ଶାହଙ୍କୁ ଟାର୍ଗେଟ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.