Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗ ଆସାନସୋଲରେ ମତଦାନ ବେଳେ ହିଂସା, ବାବୁଲ ସୁପ୍ରିୟୋଙ୍କ ଗାଡିକୁ ଆକ୍ରମଣ : ପୋଲିସର ଲାଠିଚାର୍ଜ

29/04/2019 at 9:13 AM

ଦିଲ୍ଲୀ ୨୯/୪ : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି | ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନର ୧୩ଟି, ଉତ୍ତର ପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟ ପ୍ରଦେଶ ଏବଂ ଓଡିଶାର ୬ଟି ଲେଖାଏଁ, ବିହାରର ୫ଟି ଏବଂ ଝାରଖଣ୍ଡର ୩ଟି ଆସନ ପାଇଁ ମତଦାନ ଚାଲିଛି | ଜାମ୍ମୁ କାଶ୍ମୀର ଅନନ୍ତନାଗ ଆସନ ପାଇଁ ମତଦାନ ଜାରି ରହିଛି | ବିଜେପି ଏବଂ ତାର ସହଯୋଗୀ ଦଳ ପାଇଁ ଏହି ଚତୁର୍ଥ ପର୍ଯ୍ୟାୟ ମତଦାନ ବହୁତ ମହତ୍ଵପୁର୍ଣ |

ପଶ୍ଚିମବଙ୍ଗ ଆସାନସୋଲର ଏକ ପୁଲିଂ ବୁଥ ବାହାରେ ହଂଗାମା ହୋଇଥିଲା | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା | ବିଜେପି କାର୍ଯ୍ୟକର୍ତ୍ତା ନାରାବାଜି କରୁଥିବାବେଳେ କିଛି ବିରୋଧୀ ତାଙ୍କ ଉପରକୁ ବୋମାମାଡ କରିଥିଲେ | ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା | ଘଟଣା ପରେ ସେହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ଅଧିକ ପୋଲିସ ଫୋର୍ସ ମୃତୟନ କରାଯାଇଛି |

ପଶ୍ଚିମବଙ୍ଗ ଆସାନସୋଲରେ ପୁଲିଂ ବୁଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି | ପଶ୍ଚିମବଙ୍ଗ ଆସାନସୋଲରେ ବିଜେପି ସାଂସଦ ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କୁ ପୁଲିଂ ବୁଥରେ ବିରୋଧ ପରିସ୍ଥିତି ସାମ୍ନା କରିବାକୁ ପଡିଛି | ବାବୁଲ ସୁପ୍ରିୟୋ ବିରୋଧ ସତ୍ୱେ ପୁଲିଂହ ବୁଥରେ ପହଂଚିଥିଲେ | ତୃଣମୂଳ କଂଗ୍ରେସ ସମର୍ଥକ ବାବୁଲଙ୍କ ଉପସ୍ଥିତିକୁ ବିରୋଧ କରିଥିଲେ | ଫଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା | ଏହାପରେ ସୁରକ୍ଷା ପାଇଁ ବାବୁଲ କେନ୍ଦ୍ରୀୟ ସୁରକ୍ଷାବଳ ଦାବି କରିଥିଲେ | ବାବୁଲ ସୁପ୍ରିୟୋ ବିଭିନ୍ନ ବୁଥକୁ ଯାଇ ପରିସ୍ଥିତି ବୁଲି ଦେଖିଛନ୍ତି |

   Related Posts