ଗଞ୍ଜାମ ଜିଲ୍ଲା ତପ୍ତପାଣି ଏବଂ ଟି ଗୋବିନ୍ଦପୁର ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ଥମିଛି

Published By : Prameya-News7 Bureau | May 29, 2018 IST

ଗଞ୍ଜାମ ଜିଲ୍ଲା ତପ୍ତପାଣି ଏବଂ ଟି ଗୋବିନ୍ଦପୁର ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ଥମିଛି । ବ୍ରହ୍ମପୁର- ରାୟଗଡା ରାସ୍ତା ଅବରୋଧ ହଟିଛି । ଗଞ୍ଜାମ ଉପଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବ୍ରିଜେଶ ରାୟ, ଅତିରିକ୍ତ ଏସ୍ ପି, ସାନଖେମୁଣ୍ଡି ତହସିଲଦାର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ଗତକାଲି ରାତିରେ ତପ୍ତପାଣିର ସ୍କୁଟି ଚାଳକ ଏବଂ ଟି ଗୋବିନ୍ଦପୁର ଅଞ୍ଚଳର ଦୁଇ ଗାଡି ଚାଳକଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ କେନ୍ଦ୍ର କରି ଟି.ଗୋବିନ୍ଦପୁର ଅଞ୍ଚଳବାସୀ ଉତ୍ତ୍ଯକ୍ତ ହୋଇପଡିଥିଲେ । ଆଜି ତପ୍ତପାଣି ଦିଗପହଣ୍ଡି ରାସ୍ତା ଦେଇ ସ୍କୁଟି ଚାଳକ ଜଣଙ୍କ ଯାଉଥିବା ବେଳେ ଟି.ଗୋବିନ୍ଦପୁର ଅଞ୍ଚଳବାସୀ ପିଲାଚୋର ଅଭିଯୋଗ କରି ଅଟକ ରଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ୍ ଦୁଇ ଜଣଙ୍କୁ ପ୍ରଥମେ ମାଡ ମାରିଥିବା ଅଭିଯୋଗ ହୋଇଛି। ପରେ କେତେକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ । ଦୁଇ ଶହରୁ ଅଧିକ ଲୋକ ଏକତ୍ରିତ ହୋଇ ପାଟପୁର ଥାନା ଅଧିକାରୀ ଙ୍କୁ ଆକ୍ରମଣ କରିଥିଲେ । ତିନି ଜଣ ପୁଲିସ୍ କର୍ମଚାରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଥାନା ଅଧିକାରୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ମୋହନା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ଯ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ MKCG ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.