ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ ; ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବିଚ୍ ବଜାରରେ ଆକ୍ରମଣ କରୁଛନ୍ତି ଅପରାଧୀ

Published By : Prameya-News7 Bureau | May 17, 2019 IST

ବ୍ରହ୍ମପୁର୧୭|୫: ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ । କିଛି ଦିନର ବ୍ୟବଧାନ ପରେ ସକ୍ରିୟ ହୋଇଛନ୍ତି ଅପରାଧୀ । ଗତ କାଲି ବ୍ରହ୍ମପୁର ବଡବଜାରରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ କରି ପେ।ଲିସକୁ ଖେ।ଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ ।

{"id":112978}

ବିଚ୍ ରାସ୍ତାରେ ଆକ୍ରମଣ । ବ୍ରହ୍ମପୁର ବଡବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ଗତ କାଲି ରାତିରେ ଜନଗହଳିପୂର୍ଣ୍ଣ ମାର୍କେଟ୍ ରେ ଆତଙ୍କ ମଚାଇଥିଲେ ଦୁର୍ବୃତ୍ତ । ଟୁଟୁ ହାତୀ ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଅପରାଧୀ । ଗୁରୁତର ଟୁଟୁଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

{"id":112979}

ତେବେ ତୁରନ୍ତ ଆକ୍ସନକୁ ଆସିଛି ପୋଲିସ । ଘଟଣାର ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ପୁରୁଣା ବ୍ରହ୍ମପୁର ସୀତା ଢିମିରା ସାହିର । ସେମାନଙ୍କ ଠାରୁ ମାରଣାସ୍ତ ସହ ବାଇକ୍ ଜବତ ହେ।ଇଛି । ତେବେ ପୂର୍ବ ଶତ୍ରୃତାକୁ ନେଇ ଆକ୍ରମଣ ହୋଇଥିବା ସ୍ବୀକାର କରିଛନ୍ତି ଅପରାଧୀ ।

{"id":112980}

 ବଡବଜାର ଆକ୍ରମଣ କାହିଁକି ଗତ କିଛି ଦିନ ହେଲା ବେଶ୍ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ । ଗତ ୨୦ ତାରିଖରେ ଗୋପାଳପୁର ଥାନା ବଡଗୁମୁଳା ଗାଁରେ ସୁଶାନ୍ତ ସାହୁଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ । ୨୮ ତାରିଖରେ ଖଲ୍ଲିକୋଟ୍ କୁଶଢିପା ଗାଁରେ କୈଳାସ ବାରିକଙ୍କୁ ହତ୍ୟା କରି ଛୁରା ମାରିଥିଲେ କ୍ରିମିନାଲ୍ ।

{"id":112981}

କେବଳ ସେତିକି ନୁହେଁ, ଗତକାଲି ରାତିରେ ଖଲ୍ଲିକୋଟ୍ କେଶପୁର ନିକଟରେ ଭିକାରୀ ତରେଇଙ୍କ ଉପଳକୁ ଗୁଳି ଏବଂ ଭଞ୍ଜନଗର ବଡକୋଦଣ୍ଡାରେ ଜଣଙ୍କ ଉପରକୁ ବୋମାମାଡ କରି ଆତଙ୍କ ମଚାଇଥିଲେ ଦୁର୍ବୃତ୍ତ । ଅନ୍ୟ ପଟେ ଅପରାଧୀଙ୍କୁ କାବୁ କରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.