Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନିର୍ବାଚନୀ ହିଂସାକୁ ନେଇ ମେ ୫ରେ ବିଜେପିର ଦେଶବ୍ୟାପୀ ପ୍ରଦର୍ଶନ, କାଲି ପଶ୍ଚିମବଙ୍ଗ ଯିବେ ଜେପି ନଡ୍ଡା

3/05/2021 at 11:34 PM

ନୂଆଦିଲ୍ଲୀ ୦୩।୦୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ବିଜେପିର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ ଆସିନାହିଁ। ନିର୍ବାଚନ ପରିଣାମ ପରେ ଘଟିଥିବା ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ନଡ୍ଡାଙ୍କ ଏହି ଗସ୍ତ ମେ ୪ରୁ ଆରମ୍ଭ ହେବ ଏବଂ ଏହି ଗସ୍ତରେ ବିଜେପି ସଭାପତି ହିଂସାରେ ପୀଡିତ ପରିଜନଙ୍କୁ ଭେଟିବେ।

ଏଥିସହ ପଶ୍ଚିମବଙ୍ଗରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ହୋଇଥିବା ହିଂସା ବିରୋଧରେ ବିଜେପି ମେ ୫ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ବିରୋଧ ପ୍ରଦର୍ଶନ ସମୟରେ କୋଭିଡ୍ ପ୍ରଟୋକଲ ପାଳନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ପ୍ରଦର୍ଶନରେ ବିଜେପିର ସମସ୍ତ ମଣ୍ଡଳ ସଂଗଠନ ଯୋଗ ଦେବେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ରାଜ୍ୟରେ ସୋମବାର ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଏଥିରେ ପୋଡାଜୋଳା ସହ ଦୋକାନରେ ଲୁଟ୍‌ପାଟ୍ କରାଯାଇଛି। ଏଥିରେ ଅନେକ  ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ଘଟିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ରାଜନୈତିକ ଉଦ୍ଦେଶ୍ୟ ଆକ୍ରମଣର ରିପୋର୍ଟ ମାଗିଛନ୍ତି।

   Related Posts