Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗର ବିଭିନ୍ନ ବୁଥରେ ହିଂସା : ସାମ୍ବାଦିକଙ୍କୁ ଆକ୍ରମଣ କଲେ ଟିଏମସି ସମର୍ଥକ, ପୋଲିସର ଲାଠିଚାର୍ଜ

29/04/2019 at 12:49 PM

ଦିଲ୍ଲୀ ୨୯/୪ : ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି | ଦେଶର ୭୧ ଆସନ ପାଇଁ ମତଦାନ ଜାରି ରହିଛି | ପଶ୍ଚିମବଙ୍ଗର ୮ଟି ଆସନ ପାଇଁ ଆଜି ସକାଳୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ମତଦାନ ବେଳେ ଏଠାରେ ପୁଣି ପୂର୍ବ ଭଳି ହିଂସା ଦେଖିବାକୁ ମିଳିଥିଲା | ଆସାନସୋଲରେ ଟିଏମସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା | ଟିଏମସି ସମର୍ଥକ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସ ଲାଠିଚାର୍ଜ କରିଥିଲା |


ଟିଏମସି ସମର୍ଥକ ସାମ୍ବାଦିକଙ୍କୁ ହମଲା କରିଥିବା ଜଣାପଡିଛି | ଆଜତକ ସାମ୍ବାଦିକ ମନୋଜ ଲୋଈବାଲଙ୍କୁ ଟିଏମସି ସମର୍ଥକ ହମଲା କରିଥିବା ଜଣାପଡିଛି |


ପଶ୍ଚିମବଙ୍ଗର ଅନେକ ବୁଥରେ ଇଭିଏମ ଅଚଳ ହୋଇପଡ଼ିଥିଲା | ଯେଉଁଥିପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ଶାନ୍ତିପୁରରୁ ଜଣେ ଭୋଟରଙ୍କ ଘର ସାମ୍ନାରୁ ଦେଶୀ ବୋମା ଜବତ ହୋଇଛି | ବୀରଭୂମି ଅଂଚଳରେ କିଛି ଲୋକ ଇଭିଏମ ମେସିନ ଧରି ପଳାଇଥିଲେ | ବୀରଭୂମିର ଗୋଟିଏ ବୁଥରେ କେନ୍ଦ୍ରୀୟ ପୋଲିସ ଫୋର୍ସ ନିୟୋଜିତ ହୋଇନଥିଲେ | ଯାହାଫଳରେ ଲୋକେ ଇଭିଏମ ମେସିନ ଟେକି ନେଇଥିଲେ | ବିଜେପି ସମର୍ଥକ କେନ୍ଦ୍ରୀୟ ସୁରକ୍ଷାବଳ ଦାବି କରିଥିଲେ | ଯାହାଫଳରେ ଟିଏମସି ସମର୍ଥକ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ମହିଳାମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ | ପୋଲିସ ପୁରା ଅଂଚଳକୁ ଘେରି ରହିଛି |

   Related Posts