ଟିଏମସିର ୨ ଗୋଷ୍ଠୀ ମଧ୍ୟରେ ତୁମୂଳ କାଣ୍ଡ : ଅଟକାଇବାକୁ ଆସିଥିବା ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ, ଗାଡି ଭାଙ୍ଗିଲେ

Published By : Prameya-News7 Bureau | June 01, 2021 IST

କୋଲକାତା ୦୬/ ୦୧ : ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ । ବାଂକୁଡା ଜିଲ୍ଲା ମେଜିଆ ଥାନା ଅଞ୍ଚଳରେ ତୃଣମୂଳ କଂଗ୍ରେସର ୨ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ଘଟିଛି । ଟିଏସି ଦଳର ଦୁଇ ପକ୍ଷ ମଧ୍ୟ ମାରପିଟ୍‌ ଏବଂ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ବିଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ଟିଏମସି ନେତା ଅନିଶୁର ଖାନ ଏବଂ ମନିରୁଲ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଯାହାର ପରିଣାମ ମଙ୍ଗଳବାର ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି ।
ଘଟଣାରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ମେଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ । ଏହା ସହିତ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଟିଏମସି ସମର୍ଥକ । ପରେ ଅଧିକ ସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତକୁ ଆଣିଥିଲେ । ଆହତମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ତୃଣମୂଳ କଂଗ୍ରେସ ଦଳର କିଛି କର୍ମୀଙ୍କୁ ପୋଲିସ ଉଠାଇନେଇଥିବା ସୂଚନା ମିିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.