ନିଆଳିରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ପୁଲିଂ ଏଜେଣ୍ଟଙ୍କୁ ଆକ୍ରମଣ: ବ୍ୟାପକ ପୋଲିସ ମୃତୟନ

Published By : Prameya-News7 Bureau | April 29, 2019 IST

ନିଆଳି ୨୯/୪ : ଆଜି ରାଜ୍ୟର ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି | ବିଭିନ୍ନ ବୁଥରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ଅନେକ ବୁଥରେ ଇଭିଏମ ମେସିନ ଅଚଳ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଲୋକେ ଅପେକ୍ଷା କରି କରି ଶେଷରେ ଘରକୁ ଫେରି ଯାଇଥିଲେ | କିଛି ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା |

{"id":108765}


ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସର୍ଦ୍ଦା ପଞ୍ଚାୟତ ପତ୍ରକଣା ବୁଥ୍ ନମ୍ବର ୧୩୫ରେ ଉତ୍ତେଜନା ଦେଖାଦେଇଥିଲା | ଗୋଟିଏ ଗୋଷ୍ଠୀର କର୍ମୀ ଅନ୍ୟ ଗୋଷ୍ଠୀର ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ କରିଥିଲେ | ଉଭୟ ଗୋଷ୍ଠୀର ଧସ୍ତାଧସ୍ତିରେ ଇଭିଏମ ମେସିନ ଅଚଳ ହୋଇଯାଇଥିଲା | ଫଳରେ ଦୀର୍ଘ ଦୁଇ ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା | ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.