Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜୋ ବାଇଡେନଙ୍କ ପ୍ରେସିଡେନ୍ସିଆଲ ଇନାଗୁରେସନ ବେଳେ ହିଂସା ଆଶଙ୍କା, ଆମେରିକାରେ ସୁରକ୍ଷା କଡାକଡି

13/01/2021 at 9:09 PM

ୱାସିଂଟନ: ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱଗ୍ରହଣ କରିବେ। ଏଥିପାଇଁ ହେବାକୁ ଥିବା ଉଦଘାଟନ ଉତ୍ସବ ବେଳେ ଆମେରିକାରେ ହିଂସାକାଣ୍ଡର ଆକଳନ କରାଯାଉଛି। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ଏଫବିଆଇ)ଙ୍କ ଗୁଇନ୍ଦା ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ସମର୍ଥକମାନେ ରାଜଧାନୀ ୱାସିଂଟନ ଡିସି ସମେତ ସମଗ୍ର ୫୦ଟି ରାଜ୍ୟରେ ହିଂସା କରିପାରନ୍ତି।

ଏଫବିଆଇଙ୍କ ରିପୋର୍ଟ ଆଧାରରେ ରାଜଧାନୀ ସମେତ ସମସ୍ତ ରାଜ୍ୟର ରାଜଧାନୀକୁ ସତର୍କ କରାଯାଇଛି। ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ କାଳରେ ଯେପରି କୌଣସି ଠାରେ ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିଲାଗି ମିଲେଟ୍ରିର ନ୍ୟାସନାଲ ଗାର୍ଡସ ଓ ସ୍ପେଶିଆଲ ସିକ୍ୟୁରିଟି ଏଜେନ୍ସିଙ୍କ ସ୍କ୍ୱାର୍ଡକୁ ମୁତୟନ କରାଯାଇଛି।

ରାଜଧାନୀ ୱାସିଂଟନ ଡିସିରେ ଏବେଠାରୁ ନ୍ୟାସନାଲ ଗାର୍ଡସ୍‌ ମୁତୟନ ହୋଇସାରିଲେଣି। କ୍ୟାପିଟଲ ହିଲ ଆକ୍ରମଣ ପରଠାରୁ ସୁରକ୍ଷା ଏଜେନ୍ସୀମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ବିଶେଷ କରି ଇନାଗୁରେସନ ଡେ ଦିନ ୱାସିଂଟନରେ ଲକ୍ଷଲକ୍ଷ ଲୋକଙ୍କ ଭିଡ ଜମେ। ତେବେ ଏଥର କୋଭିଡ-୧୯ ଯୋଗୁ ଲୋକଙ୍କ ସଂଖ୍ୟା ହ୍ରାସ ହେବାକୁ ଥିଲେ ହେଁ ଉପଦ୍ରବକାରୀଙ୍କୁ ନେଇ ଚିନ୍ତା ଲାଗି ରହିଛି।

ମିଳୁଥିବା ସୂଚନାରୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ନେଇ ତାଙ୍କ ସମର୍ଥକମାନେ ଆକ୍ରୋଶରେ ଅଛନ୍ତି। ସମର୍ଥକଙ୍କ ଏକ ଗୋଷ୍ଠୀ ହିଂସା ଭିଆଇବାର ଯୋଜନାରେ ଥିବା ଜଣାପଡିବା ପରେ ପ୍ରେସିଡେଣ୍ଟ ଇଲେକ୍ଟଙ୍କ ସୁରକ୍ଷା ମଧ୍ୟ କଡାକଡି କରାଯାଇଛି। ଏହା ଛଡା ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଓ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ନେନସୀ ପେଲୋସୀଙ୍କ ସୁରକ୍ଷା ମଧ୍ୟ କଡାକଡି କରାଯାଇଥିବା ଜଣାପଡିଛି। ଏଫବିଆଇ କିଛି ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛନ୍ତି। ହୁଏତ ୨୦ ଜାନୁୟାରୀ ପୂର୍ବରୁ ଏମାନଙ୍କ ମଧ୍ୟରୁ କେହି ଗିରଫ ମଧ୍ୟ ହୋଇପାରନ୍ତି ବୋଲି ଆକଳନ କରଯାଉଛି।  

   Related Posts